ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍

1 min read

ଭୁବନେଶ୍ୱର: ନିଟ୍ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଶନିବାର ଓ ରବିବାର ପାଇଁ ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି । ଭଦ୍ରକରୁ ଭୁବନେଶ୍ୱରକୁ ଚାଲିବାକୁ ଥିବା ଟ୍ରେନ୍ ୧୨ ତାରିଖ ଅପରାହ୍ଣ ୪ଟାରେ ଭଦ୍ରକ ଛାଡ଼ି ସନ୍ଧ୍ୟା ୭ଟା ୩୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ । ଟ୍ରେନ୍ ବୈତରଣୀ ରୋଡ୍, ହରିଦାସପୁର, ନିର୍ଗୁଣ୍ଡି ଓ କକ ଷ୍ଟେସନରେ ଅଟକିବ ।

କେନ୍ଦୁଝର ଓ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଅପରାହ୍ଣ ୪ଟାରେ କେନ୍ଦୁଝରରୁ ବାହାରି ସନ୍ଧ୍ୟା ୭ଟା ୪୫ରେ ଭୁବନେଶ୍ୱରେ ପହଞ୍ଚିବ ଓ ଫେରିବା ପଥରେ ୧୩ ତାରିଖରେ ୭ଟା ୩୦ରେ ରାଜଦାନୀରୁ ଗସ୍ତ ଆରମ୍ଭ କରି ୧୧ଟା ୪୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ । ସେହିଭଳି ରାୟଗଡ଼ା ଓ ଖରିୟାର ରୋଡରୁ ସମ୍ୱଲପୁର ଯିବା ପାଇଁ ଦୁଇ ଯୋଡ଼ା ଟ୍ରେନର ବ୍ୟବସ୍ଥା କରାଯାଇଛି । ବିଶେଷ ଭାବେ ନିଟ୍ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କ ଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ରେଳବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

Leave a Reply