ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି, ଝଡ଼ବାତ୍ୟା ଯୋଗୁଁ ଜନଜୀନବ ଅସ୍ତବ୍ୟସ୍ତ
ଭୁବନେଶ୍ୱର: ଆଜି ଅଘଟଣର ଦିନ । ବଜ୍ରାଘାତ ନେଲା ୮ ଜଣଙ୍କ ଜୀବନ । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିଲା କାଳବୈଶାଖୀ ଜନିତ ବର୍ଷା, ପବନ, ବଜ୍ରପାତ । ଏଥିରେ ଡେଙ୍କାନାଳ ଜିଲ୍ଲାର ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଦାଣ୍ଡରଗଡ଼ି ଗଁ।ର ରଞ୍ଜିତା ପ୍ରଧାନ, ରାଇଡ଼ିହି ଗଁ।ର ନିର୍ମଳା ସାହୁ ଓ କାନଖାଇ ଗଁ।ର ଗାଣ୍ଡୁ ଦେହୁରୀ । କାନଖାଇ ଗଁ।ରେ ବଜ୍ରପାତ ଯୋଗୁ ୩ଟି ଗାଇର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେପଟେ କନ୍ଧମାଳରେ ଗୋଛାପଡ଼ି ପଞ୍ଚାୟତରେ ଦୁଇ ଜଣ ବଜ୍ରପାତରେ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାଇକଜମୁନା ଗଁ।ର ବଳିଆ ଗୌଡଙ୍କ ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଛି । କେନ୍ଦୁଝର ଆନନ୍ଦପୁର ବ୍ଲକ ଦୁଡୁଗଁ।ରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ଦିଲ୍ଲୀପ ଚକ୍ର । ସେହିଭଳି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଖତ କଣ୍ଟିଗଡିଆ ଗଁ।ର ଶୁକାନ୍ତ ଜେନା ବଜ୍ରାଘାତରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ରାପଡା ମହାକାଳପଡା ଥାନା ଅନ୍ତର୍ଗତ ମଳାଢିଅ ଗଁ।ର ସରୋଜ ଜେନାଙ୍କ ମୃତ୍ୟୁ ହୋଇଛି । ଗଜପତି ମୋହନା ଥାନା ଅନ୍ତର୍ଗତ ଅଣ୍ଡରାଗଡ ଗଁ।ର କାର୍ତ୍ତିକ ପାଇକଙ୍କ ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଛି । ଅନ୍ୟପଟେ ଜଗତସିଂହପୁର ମୋହନା ଥାନା ଅଣ୍ଡରାଗଡ ଗଁ।ରେ ବଜ୍ରାଘାତ ଯୋଗୁ ମାଲିକ ସୁଶାନ୍ତ ମୁଦୁଲି ଓ ତାଙ୍କ ବଳଦର ମୃତ୍ୟୁ ହୋଇଛି ।