ଗଞ୍ଜାମରେ ଆଉ ୮ଟି କୋଭିଡ୍‌ ହସ୍ପିଟାଲ୍‌, ରହିବ ଏହି ସବୁ ସୁବିଧା…

1 min read
8 More Covid Hospital Will open in Ganjam District

ବ୍ରହ୍ମପୁର: ଗଞ୍ଜାମରେ ପ୍ରତିଷ୍ଠା ହେବ ଆଉ ୮ଟି କୋଭିଡ୍‌ ହସ୍ପିଟାଲ୍‌ । ୫ଟି କୋଭିଡ୍‌ କେୟାର ସେଣ୍ଟର ଓ ୩ଟି ଡେଡିକେଟେଡ୍‌ କୋଭିଡ୍‌ ହେଲ୍ଥ ସେଣ୍ଟର ପ୍ରତିଷ୍ଠା ହେବ ବୋଲି ସ୍ଥିର ହୋଇଛି । ଏହି ୮ଟି ହସ୍ପିଟାଲରେ ୧୧୫୦ଟି ବେଡ୍‌ ରହିବ ।

Ganjam Collector

CCCରେ ୯୦୦ ଓ DCHCରେ ୨୫୦ଟି ବେଡ୍‌ ରହିବ । ଅନ୍ୟପଟେ ଆସିକା, ସାନଖେମୁଣ୍ଡି, ପାତ୍ରପୁର ଓ ବ୍ରହ୍ମପୁରରେ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି କୁହାଯାଇଛି । 

ଏହି କୋଭିଡ୍‌ ହସ୍ପିଟାଲ  ଗୁଡ଼ିକରେ ରୋଗୀଙ୍କ ପାଇଁ ସମସ୍ତ ସୁବିଧା ରହିବ । ଏହାସହ ଏଠାରେ କାର୍ଯ୍ୟରତ ସମସ୍ତ ସ୍ୱସ୍ଥ୍ୟ କର୍ମୀ ଓ ଡାକ୍ତର ମାନଙ୍କ ପାଇଁ କୋଭିଡ୍‌-୧୯ ନିୟମାବଳୀ ଅନୁସାରେ ସବୁ ପ୍ରକାରର କିଟ୍‌ ଉପଲବ୍ଧ କରାଯିବ । ଏହି କିଟ୍‌କୁ ସେମାନେ ବ୍ୟବହାର କରିବା ବାଧ୍ୟତା ମୂଳକ ରହିଛି ।

ଏମିତିିକି ସେମାନଙ୍କ କାର୍ଯ୍ୟ ଅବଧି ଶେଷ ହେବା ପରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବାକୁ ହେବ ବୋଲି କୁହାଯାଇଛି । ଏ ନେଇ ଜିଲ୍ଲାପାଳ ମଧ୍ୟ ଚିଠି ଲେଖି ସୂଚନା ଦେଇଛନ୍ତି ।

Leave a Reply