ବେଆଇନ ପାର୍କିଂ ପାଇଁ ଗୋଟିଏ ଦିନରେ ୮ ଲକ୍ଷ ଜରିମାନା

1 min read

ବରଗଡ଼ : ବେଆଇନ ପାର୍କିଂ ପାଇଁ ଗୋଟିଏ ଦିନରେ ୮ ଲକ୍ଷ ଜରିମାନା । ବରଗଡ଼ ପୌର ପରିଷଦ ପକ୍ଷରୁ ଏଭଳି ଜରିମାନା ଆଦାୟ କରାଯାଇଛି । ବରଗଡ଼ ସହର ସ୍ଥିତ ବିଶାଳ ମେଗା ମାର୍ଟକୁ ସିଲ କରିବା ସହ ୫ ଲକ୍ଷ ଟଙ୍କାର ଫାଇନ କରାଯାଇଛି । ସେହିଭଳି ସାଇକୃପା ନର୍ସିଂ ହୋମକୁ ୨ ଲକ୍ଷ ଓ ମେହେର ହୋଟେଲକୁ ୧ ଲକ୍ଷ ଟଙ୍କାର ଫାଇନ କରାଯାଇଥିବା ବରଗଡ଼ ମୁନିସିପାଲଟି E.O ଦେବାନନ୍ଦ ସାହୁ ସୁଚନା ଦେଇଛନ୍ତି । ବରଗଡ଼ର ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ ଚାଲିଥିବା ବେଳେ ଗତକାଲି ହଠାତ୍ ତିନୋଟି ସ୍ଥାନରେ ଫାଇନ କରାଯାଇଛି । ପୂର୍ବରୁ ୧୪ ଟି ନୋଟିସ ପୌର ପରିଷଦ ପକ୍ଷରୁ ଜାରି କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ପରିଷଦ ଅଧିକାରୀ କହିଛନ୍ତି।