କତାରରେ ୮ ଭାରତୀୟଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ଲାଗିଲା ରୋକ୍

1 min read

ନୂଆଦିଲ୍ଲୀ: କତାରରେ ଗିରଫ ହୋଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଛି ରୋକ୍। ଗତବର୍ଷ ଗିରଫ ହୋଇଥିବା ଏହି ଭାରତୀୟଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ କୋର୍ଟଙ୍କ ଏହି ରାୟ ଉପରେ ଆପତ୍ତି ଜତାଇଥିଲା ଭାରତ।

ଭାରତୀୟ ନୌସେନାର ଏହି ସମସ୍ତ ପୂର୍ବତନ ଅଧିକାରୀ ଗତ ବର୍ଷ ଅଗଷ୍ଟରୁ କତାର ଜେଲରେ ରହିଛନ୍ତି। ତେବେ ଏମାନେ ଗୁପ୍ତଚର ଭାବେ କାମ କରୁଥିବା ନେଇ ଅଭିଯୋଗ ରହିଥିବା ସୁତ୍ରରୁ ପ୍ରକାଶ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, “ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ପୂର୍ବତନ ନୌସେନା ଅଧିକାରୀଙ୍କ ଶୁଣାଣି ଉପରେ ଆମେ ନଜର ରଖିଛୁ। ଆମେ ଜାଣିବାକୁ କତାର କୋର୍ଟ ୮ଜଣଙ୍କ ଉପରୁ ମୃତ୍ୟୁ ଦଣ୍ଡାଦେଶ ହଟାଇ ଦେଇଛନ୍ତି। ଏହି ମାମଲାରେ କୋର୍ଟଙ୍କ ଆଗାମୀ ନିଷ୍ପତ୍ତି ଉପରେ ଅପେକ୍ଷା କରିଛୁ। ତେବେ ଆମର ରାଷ୍ଟ୍ରଦୂତ ଏବଂ ଅନ୍ୟ ଅଧିକାରୀ ମାନେ  ନୌସେନା ଅଫିସରଙ୍କ ପରିବାର ବର୍ଗଙ୍କ ସହ ସେଠାରେ ଅଛନ୍ତି ।

ଏହି ସମସ୍ତ ଅଧିକାରୀ ମାନେ କତାରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଏହି କମ୍ପାନୀ ନୌସେନାକୁ ତାଲିମ ଏବଂ ଅନ୍ୟାନ୍ୟ ସେବା ଯୋଗାଇଥାଏ।  ମିଡିଆ ରିପୋର୍ଟ ଅନୁଯାୟୀ କମ୍ପାନୀର ନାଁ ହେଉଛି ଦହରା ଗ୍ଲୋବାଲ ଟେକ୍ନୋଲୋଜି ଏବଂ କନସଲଟାନ୍ସି ସର୍ଭିସେସ୍ | ଏହି କମ୍ପାନୀ ନିଜକୁ କତାର ପ୍ରତିରକ୍ଷା, ସୁରକ୍ଷା ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସିର ସ୍ଥାନୀୟ ଅଂଶୀଦାର ଭାବରେ ବର୍ଣ୍ଣିତ କରିଥାଏ।

ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ମାନେ ହେଉଛନ୍ତି- କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ। କତାର ପୋଲିସ ଦ୍ୱାରା ଗିରଫ ହୋଇଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମଧ୍ୟରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ ମଧ୍ୟ ରହିଛନ୍ତି।

ଉଲ୍ଲେଖେଯାଗ୍ୟ, ଗତବର୍ଷ କତର ଗୁଇନ୍ଦା ବିଭାଗର ଷ୍ଟେଟ୍ ସିକ୍ୟୁରିଟି ବ୍ୟୁରୋ ଗିରଫ କରିଥିଲା । ସେପ୍ଟେମ୍ବରରେ ଭାରତୀୟ ଦୂତାବାସକୁ ଗିରଫଦାରୀ ବିଷୟରେ ସୂଚନା ଦିଆଯାଇଥିଲା । ୩୦ ସେପ୍ଟେମ୍ବରରେ ଗିରଫ ଭାରତୀୟଙ୍କ ସହ ସେମାନଙ୍କ ପରିବାର ଲୋକଙ୍କୁ ଟେଲିଫୋନ ଯୋଗେ୍ କଥାବାର୍ତ୍ତା ହେବାକୁ ସୁଯୋଗ ଦିଆଯାଇଥିଲା । ପ୍ରଥମଥର ଲାଗି ଘଟଣାରେ କନସୁଲାର ଆକସେସ୍ ୩ ଅକ୍ଟୋବରରେ ଦିଆଯାଇଥିଲା । ଦ୍ବିତୀୟ କନସୁଲାର ଆକସେସ୍ ଡିସେମ୍ବରରେ ଦିଆଯାଇଥିଲା ।