spot_img

Latest Posts

SSR Death Case: ସଲମାନ ଏବଂ କରଣ ଜୋହର ସମେତ ୮ ଜଣଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ମୁଜାଫରପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁଜାଫରପୁର ଜିଲ୍ଲା କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟର ନିର୍ଦ୍ଦେଶ ମୁତାବକ, ୮ ଜଣ ଫିଲ୍ମ ସେଲିବ୍ରିଟି ନିଜେ କିମ୍ବା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ପଡ଼ିବ । ହାଜର ହେବାର ଅନ୍ତିମ ତାରିଖ ଅକ୍ଟୋବର ୭ ତାରିଖ ରହିଛି । ଜିଲ୍ଲା କୋର୍ଟର ଆଦେଶ ମୁତାବକ, ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପ୍ରା, ସାଜିଦ୍ ନାଡିୟାଡବାଲା, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ଭୁଷଣ କୁମାର ଏବଂ ଦିନେଶ ବିଜୟନଙ୍କୁ ଅକ୍ଟୋବର ୭ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବାବଦରେ ସମସ୍ତ ୮ ସେଲିବ୍ରିଟିଙ୍କୁ କୋର୍ଟ ନୋଟିସ ପଠାଇସାରିଛି । ଏହି ଫିଲ୍ମ ସେଲିବ୍ରିଟିଙ୍କ ବିରୋଧରେ ଆଡଭୋକେଟ୍ ସୁଧୀର ଓଜା ଅଭିଯୋଗ ଆଣି ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରିଥିଲେ ।

ଏନସିବିର ତଦନ୍ତ ଜାରୀ

ସୂଚନା ଅନୁଯାୟୀ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗଲ ସାମ୍ନାକୁ ଆସିବା ପରେ NCB ଜୋରଦାର ତଦନ୍ତ ଜାରି ରଖିଛି । ଶୁକ୍ରବାର ଦିନ NCBର ଟିମ୍ ଏହି ମାମଲାରେ ଏକ ବଡ଼ ଡ୍ରଗ୍ ପେଡଲରକୁ ଗିରଫ କରିଛି । ରାହିଲ ବିଶ୍ରାମ ନାମକ ଏହି ଡ୍ରଗ୍ ପେଡଲର ପାଖରୁ NCB ପ୍ରାୟ ୧ କିଲୋ ଡ୍ରଗ ଜବତ କରିଛି । ଏହି ଡ୍ରଗର ଦାମ ପ୍ରାୟ ୩ରୁ ୪ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ଏନସିବିର ଟିମ୍ ରାହିଲଙ୍କ ଘରୁ ୪.୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି । ଏଯାବତ ମିଳିଥିବା ସୂଚନା ଅନୁଯାୟୀ, ରାହିଲର ବଲିଉଡ ସେଲିବ୍ରିଟିଙ୍କ ସହ ସିଧାସଳଖ ଲିଙ୍କ ଥିଲା ଏବଂ ବଲିଉଡର ପାର୍ଟିସରେ ମଧ୍ୟ ସାମିଲ ରହୁଥିଲେ ।

ରିୟା ଡ୍ରଗ୍ସ ମାମଲାରେ ଏନସିବି ଟିମ୍ ମୁମ୍ବାଇରୁ ଗୋଆ ପର୍ଯ୍ୟନ୍ତ ସମସ୍ତ ଡ୍ରଗ୍ ନେଟୱାର୍କ ଖୋଜୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡ଼ିଥିବା ଡ୍ରଗ୍ ବେପାରୀଙ୍କ କନେକସନ ଶୋଭିକ୍ ଏବଂ ରିୟାଙ୍କ ସହିତ ରହିଛି । ଏନସିବି ଟିମ୍ ଏହି ପେଡଲରମାନଙ୍କ ମାଧ୍ୟମରେ ପୁରା ଚେନର ଖୁଲାସା କରିବାକୁ ଚାହୁଁଛି ଯାହାଦ୍ୱାରା ମୁମ୍ବାଇ ସମେତ ପୁରା ଦେଶରେ ଡ୍ରଗ୍ସର ନେଟୱାର୍କର ପଦାର୍ଫାସ କରାଯାଇପାରିବ ।

ଏନସିବିର ଜୋନଲ ଡାଏରେକ୍ଟର  ସମୀର ୱାଂଖେଡେ ଏବଂ ତାଙ୍କ ଟିମ ମୁମ୍ବାଇର ପୋବାଇରେ ଚଢ଼ାଉ କରିଥିଲେ ଏବଂ ସେଠାରୁ ତିନି ଜଣଙ୍କୁ ହେପାଜତକୁ ନେଇଥିଲେ । ତାଙ୍କ ପାଖରୁ ମଧ୍ୟ ପାଖାପାଖି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏକ ଗ୍ରାମ ଗଞ୍ଜେଇର ଦାମ ପ୍ରାୟ ୬ରୁ ୮ ହଜାର ଟଙ୍କା ବୋଲି କୁହାଯାଉଛି ।  ଏହି ଗଞ୍ଜେଇର ମାର୍କେଟ ପ୍ରାଇଜ ୩୦ରୁ ୪୦ ଲକ୍ଷ ଟଙ୍କା ରହିଥିବା ଅନୁମାନ କରାଯାଉଛି ।

NCB ଜାଲରେ ଛନ୍ଦି ହୋଇଯାଇଛନ୍ତି ଏହି ସବୁ ଲୋକ  

ନିଶା କାରବାର ଘଟଣାର ତଦନ୍ତ କରୁଥିବା ଏନସିବିର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ରିୟା, ତାଙ୍କ ଭାଇ ଶୋଭିକ୍, ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡା, ଘରୋଇ ସହାୟକ ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କୁ ଗିରଫ କରିଛି । ସମସ୍ତେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ଏହି ମାମଲା ସହ ଜଡିତ ଅର୍ଥ ହେରଫେର ଘଟଣାର ଅନୁସନ୍ଧାନ କରୁଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନିଷିଦ୍ଧ ନିଶା କାରବାରକୁ ଦର୍ଶାଇ ରିୟାଙ୍କ ଫୋନ ସହ ସୋସିଆଲ ମିଡିଆ ଚାଟ୍ ସେୟାର କରିଛି । ଏହା ପରେ ଏନସିବି ମାମଲାର ତଦନ୍ତ ଆରମ୍ଭ କରିଥିଲା ।

Latest Posts

Don't Miss