କୋରାପୁଟରୁ ଜବତ, ୮ କୋଟିର ଜାଲ ନୋଟ

କୋରାପୁଟ: ସୁଙ୍କି ଫାଣ୍ଡି ପୋଲିସ ଓ ପଟ୍ଟାଙ୍ଗୀ ଥାନା ପୋଲିସର ମିଳିତ ଉଦ୍ୟମରେ ପ୍ରଚୁର ପରିମାଣର ଜାଲ୍‌ ନୋଟ୍‌ ଜବତ ହୋଇଛି । ମଙ୍ଗଳବାର କୋରାପୁଟରୁ ଜାଲନୋଟ ଜବତ କରିଛି ପୋଲିସ । ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ମୁତାବକ ଜବତ ହୋଇଥିବା ଜାଲନୋଟର ପରିମାଣ ପାଖାପାଖି ୮ କୋଟି ଟଙ୍କା ହେବ ।

ଛତିଶଗଡ଼ର ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ଜାଲ୍‌ନୋଟ୍‌ ଚାଲାଣ କରାଯାଉଥିବାବେଳେ ପୋଲିସ ହାତରେ ଧରାପଡିଥିଲା ଏହି ଗ୍ୟାଙ୍ଗ । ଗାଡ଼ିରେ ଥିବା ସମସ୍ତ ନୋଟ ନକଲି ୫୦୦ଟଙ୍କିଆ ରହିଥିବା ଜଣାପଡିଛି । ଜାଲନୋଟ ଚାଲାଣ ବେଳେ ଏହି ଗାଡ଼ିକୁ ଅଟକାଇବା ସହ ଜବତ କରିବାରେ ସଫଳ ହୋଇଥିଲା କୋରାପୁଟ ପୋଲିସ ।

ପରେ ଏନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ସେପଟେ ଜାଲନୋଟ୍‌ ସହ ଗାଡ଼ିକୁ ପୋଲିସ ଜବତ କରିଛି ଏବଂ ୩ ଜଣକୁ ଗିରଫ କରିଛି । ୩ଜଣଙ୍କ ଘର ଛତିଶଗଡ଼ରେ ହୋଇଥିବା ସୂଚନା ଦେଇଛି ପୋଲିସ ।

Leave a Reply