ରାଜ୍ୟରେ ସୁସ୍ଥ ହେଲେ ଆଉ ୮ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଆରୋଗ୍ୟ ହାର ବଢ଼ୁଛି । ଆଜି ରାଜ୍ୟରେ ୮ ଜଣ ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବୋଲି ଜଣାପଡ଼ିଛି । ଏଥିସହ ଯାଜପୁର ଜିଲ୍ଲାରେ ୪ ଜଣ ସୁସ୍ଥ ହେବା ସହ ଆରୋଗ୍ୟଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି । ସେହିଭଳି ଭଦ୍ରକରେ ୨ଜଣ ସୁସ୍ଥ ହେବା ସହ ୨୧ରେ ପହଞ୍ଚିଛି ଆରୋଗ୍ୟଙ୍କ ସଂଖ୍ୟା । ସେପଟେ ବାଲେଶ୍ୱରରେ ଜଣେ ସୁସ୍ଥ ହେବା ସହ ୨୧ ଏବଂ କେଉଁଜରରେ ଜଣେ ସୁସ୍ଥ ହେବା ପରେ ୨ରେ ପହଞ୍ଚିଛି ସୁସ୍ଥଙ୍କ ସଂଖ୍ୟା ।  ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛି ।

ରାଜ୍ୟରେ ଆଉ ୪୮ କରୋନା ସଂକ୍ରମିତ ଚିହ୍ନଟ, ମାମଲା ୬୭୨କୁ ବୃଦ୍ଧି

ଏଥିସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୬୬ରେ ପହଞ୍ଚିଛି । ରାଜ୍ୟରେ ୬୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ହସ୍ପିଟାଲରେ ୫୦୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେହିଭଳି ଆଜି ରାଜ୍ୟରେ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।

 

Leave a Reply