ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ, ୮ ଜଣଙ୍କୁ ଗିରଫ କଲା ପୁରୀ ପୋଲିସ

ପୁରୀ: ମତଦାନ ବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ରାତି ତମାମ ଚଢ଼ାଉ ପରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଆକ୍ରମଣକାରୀ ହେଲେ ସତ୍ୟପ୍ରୀୟ ମହାରଣା, ବିଜୟ ସ୍ୱାଇଁ, ସୁବାସ ମାଝି, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ପୋଲିସ । ସେହିପରି ସାମ୍ବାଦିକଙ୍କ ନିକଟରୁ ଛଡାଇ ନେଇଥିବା ଲାଇଭ ୟୁ, ବୁମ୍‌, ଅନ୍ୟାନ୍ୟ ସାମଗ୍ରୀ ଓ ମୋବାଇଲକୁ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ଭୋଟିଂ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ପିପିଲି ନିର୍ବାଚନ ମଣ୍ଡଳୀର କଣାସ ବ୍ଲକ ବଢ଼ାଳ ପଞ୍ଚାୟତର ଅଢାଲ ଗାଁ’ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିଲା । ଦୁଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସଂଘବଦ୍ଧ ଆକ୍ରମଣର କରାଯାଇଥିଲା । କ୍ୟାମେରା, ଟିଭିୟୁ ଓ ବୁମ୍ ଛଡ଼ାଇ ନେବା ସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା ।

Leave a Reply