ମୋଦିଙ୍କ କର୍ମଚାରୀଙ୍କୁ ଉପହାର

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ ଭୟ ଲାଗି ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଖୁସିର ଖବର । କେନ୍ଦ୍ର ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଛନ୍ତି । ପିଛିଲା ଭାବେ ଏହା ଜାନୁଆରୀରୁ ଲାଗୁ ହୋଇଛି । ମାର୍ଚ୍ଚ ମାସର ଦରମା ସହ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବା ବର୍ଦ୍ଧିତ ଭତ୍ତା । ସରକାରଙ୍କ ଏହି ନିଷ୍ପତି ପରେ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ୬୫ ଲକ୍ଷ ପେନସନ୍‌ଧାରୀ ଉପକୃତ ହୋଇଛନ୍ତି । ଆଜି ବସିଥିବା କ୍ୟାବିନେଟ ମିଟିଂରେ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବରେ ସରକାର ମୋହର ମାରିଛନ୍ତି । ଏଥିପାଇଁ ସରକାରଙ୍କ ଉପରେ ୧୪ ହଜାର ୫୯୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିଲା । ଏନେଇ ସଂସଦରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଜବାବ ରଖିଥିଲେ ।

Leave a Reply