Indian Railways : ଖୁବଶୀଘ୍ର ୧୩ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ରେଳ  ତା’ର ୧୩ ଲକ୍ଷ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା ଦେବାକୁ ଯାଉଛି ।  ରେଳବାଇର କହିବା ଅନୁସାରେ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା ସହିତ ପୂର୍ବଭଳି ଆର.ଇ.ଏଲ.ଏଚ୍.ଏସ୍ ସହିତ  ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲଥ ସ୍କିମ ସେବା ମଧ୍ୟ ମିଳିପାରେ । ରେଲଓ୍ୱେ ତରଫରୁ ଏହା ମଧ୍ୟ କୁହାଯାଇଛି କି କର୍ମଚାରୀଙ୍କୁ ହେଲଥ ସେକ୍ଟରରେ ଉତ୍ତମ ସୁବିଧା ମିଳୁ ଏଥିପାଇଁ ମେଡିକାଲ ଟ୍ରିଟମେଣ୍ଟ ସୁବିଧାକୁ ବଢାଇ ଦିଆଯିବା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଉଛି ।  ସମସ୍ତ ମହାପ୍ରବନ୍ଧଙ୍କ ଏହାକୁ ନେଇ ପ୍ରତିକ୍ରିୟା ଦେବାକୁ ପ୍ରସ୍ତାବ ଦିଆଯାଇଛି ।

ରେଲଓ୍ୱ ତରଫରୁ ଏକ ବୟାନ ଜାରି କରି କୁହାଯାଇଛି, ଭାରତୀୟ ରେଲଓ୍ୱେ ଏବେ ରେଲଓ୍ୱେ କର୍ମଚାରୀଙ୍କ ଚିକିତ୍ସା କିଭଳି ଉନ୍ନତ ମାନର ହୋଇ ପାରିବ ତାହା ଉପରେ କାମ କରୁଛି । ଏଥିପାଇଁ ଏକ ସମିତିର ଗଠନ କରାଯାଇଛି । ସ୍ୱାସ୍ଥ୍ୟ ବୀମା ଜରିଆରେ ଚିକିତ୍ସା, ଆପାତକାଳୀନ ପରିସ୍ଥିତି ଏବଂ ଚିକିତ୍ସା ସମୟରେ ଆର୍ଥିକ ସମସ୍ୟାକୁ ମ୍ୟାନେଜମେଣ୍ଟ ଉପରେ କେନ୍ଦ୍ରୀତ କରିବାକୁ କୁହାଯାଇଛି ।

କହିରଖୁଛୁ ଭାରତୀୟ ରେଲଓ୍ୱେରେ ସାରା ଦେଶରେ ୫୮୬ ହେଲଥ ୟୁନିଟ,୪୫ ସବ ଡିଭିଜନ ହସ୍ପିଟାଲ, ୮ ପ୍ରଡକ୍ସନ ୟୁନିଟ ହସ୍ପିଟାଲ ଏବଂ ୧୬ଟି ଜୋନଲ ହସ୍ପିଟାଲ ଅଛି । ଯେଉଁଥିରେ ୨୫୦୦ରୁ ଅଧିକ ଡାକ୍ତର ନିୟୋଜିତ ଅଛନ୍ତି । ଏହା ସହିତ ୩୫ ହଜାରରୁ ଅଧିକ ପାରା ମେଡିକଲ ଷ୍ଟାଫ କାମ କରୁଛନ୍ତି ।

Leave a Reply