spot_img

Latest Posts

କଂସ ଅଟ୍ଟହାସ୍ୟରେ କମ୍ପୁଛି ମଥୁରା ନଗରୀ

ବରଗଡ଼: କଂସ ଅଟ୍ଟହାସ୍ୟରେ କମ୍ପୁଛି ମଥୁରା ନଗରୀ । ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ପହଞ୍ଚିଥିବାବେଳେ ପ୍ରତିଦିନ ଯାତ୍ରା ଦେଖିବାକୁ ବଢୁଛି ଦର୍ଶକଙ୍କ ଗହଳି । କୃଷ୍ଣଙ୍କୁ ମାରିବାକୁ ନାରଦଙ୍କ ପରାମର୍ଶରେ ମଥୁରାରେ ଧନୁଯାତ୍ରା ଆୟୋଜନ କରିଛି ପ୍ରବଳ ପ୍ରତାପୀ କଂସାସୁର। ଯାତ୍ରାକୁ ଡାକି ଚକ୍ରାନ୍ତ କରି ବେନି ଭାଇକୁ ମାରିବାକୁ କରିଛି ଯୋଜନା।

ଆଜି ସପ୍ତମ ଦିନରେ କଂସଙ୍କ ନିର୍ଦ୍ଦେଶରେ ଦୁଇଭାଇଙ୍କୁ ନିମନ୍ତ୍ରଣ କରିବାକୁ ଗୋପପୁର ଯିବେ ଭକ୍ତ ଅକ୍ରୁର। ଶ୍ରୀକୃଷ୍ଣଙ୍କୁ ଦେଖିବାର ପ୍ରବଳ ଆଗ୍ରହ ନେଇ ରଥ ଧରି ଗୋପପୁର ଯାତ୍ରା କରିବେ। ନିଜର ଭୟକୁ ଗୋପନ ରଖି ନଗର ଭ୍ରମଣରେ ବାହାରିବେ ମହାରାଜା କଂସ। ସେପଟେ ଗୋପରେ ଚାଲିଛି ନଟ ନାଗରଙ୍କ ନିତ୍ୟ ରାସ । ଗୋପୀ ଓ ଗୋପାଙ୍ଗନାଙ୍କ ସହ କେଳି କରୁଛନ୍ତି କହ୍ନେଇ । ଆଜି ଦେବଗଡ଼ ମନୋବନ୍ଧରେ ହେବ ରାଧାକୃଷ୍ଣଙ୍କ ନାବକେଳି। ଏହାସହ ଗୋପୀଙ୍କ ଦଧିବିକା ଓ ନନ୍ଦ ଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ ଅଭିନିତ ହେବ। ଗତକାଲି ଷଷ୍ଠ ଦିନରେ ଜରାସନ୍ଧଙ୍କୁ ପରାଜିତ କରି ତାଙ୍କର ଦୁଇ ଝିଅଙ୍କୁ ବିବାହ କରିଛନ୍ତି ମରାହାଜା କଂସ। ଏହାସହ ଗୋପରେ କୃଷ୍ଣଙ୍କ ବସ୍ତ୍ର ହରଣ ଦୃଶ୍ୟକୁ ଉପଭୋଗ କରିଛନ୍ତି ଦର୍ଶକ ।

Latest Posts

Don't Miss