ସାହିତ୍ୟ ପାଇଁ ଆମେରିକୀୟ ଲେଖିକା ଲୋଇସ ଗ୍ଲକ ମନୋନୀତ
1 min read
ଚଳିତ ବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି । ଆମେରିକାର ପ୍ରସିଦ୍ଧ କବିତା ଏବଂ ପ୍ରାବନ୍ଧିକ ଲୋଇସ ଗ୍ଲକ ଏହି ପୁରସ୍କାର ପାଇଁ ମନୋନୀତି ହୋଇଛି । ୧୯୪୩ରେ ଜନ୍ମ ହୋଇଥିବା ଏହି ମହିଳା ଜଣଙ୍କ ୟାଲେ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରହିଆସିଛନ୍ତି । ‘for her unmistakable poetic voice that with austere beauty makes individual existence universal’ ପାଇଁ ସେ ବିଶ୍ୱ ସାହିତ୍ୟର ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
୧୯୬୮ ମସିହାରେ ଫାଷ୍ଟବର୍ନ ପୁସ୍ତକ ମାଧ୍ୟମରେ ସେ ନିଜର ସାହିତ୍ୟ ସାଧନା ଆରମ୍ଭ କରିଥିଲେ । ନୋବେଲ ପୁରସ୍କାର ପୂର୍ବରୁ ୧୯୯୩ରେ ସମ୍ମାନଜନକ ପୁଲିଜର ପୁସ୍ତକ ମଧ୍ୟ ସେ ପାଇସାରିଛନ୍ତି । ଏହା ପରେ ଗତ ୨୦୧୪ରେ ସେ ସମ୍ମାନଜନକ ନ୍ୟାସନାଲ ବୁକ୍ ଆୱାର୍ଡ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି । ସେ ଏଯାବତ ୧୨ଟି କବିତା ସଙ୍କଳନ ସହ କେତେକ ପ୍ରବନ୍ଧାତ୍ମକ ରଚନାବଳୀ ପ୍ରକାଶ କରିପାରିଛନ୍ତି ।
The Triumph of Achilles (1985) and Ararat (1990) ବହି ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ପ୍ରସିଦ୍ଧି ଆଣିଦେଇଥିଲା । ସେହିପରି “Snowdrops” କବିତା ସଙ୍କଳନ ଶୀତଦିନ ଉପରେ ଲେଖାଯାଇଥିବା ତାଙ୍କର ଆଉ ଏକ ଅନବଦ୍ୟ କୃତି ବୋଲି କୁହାଯାଇଥାଏ ।
