ବଞ୍ଚି ଥାଉ ଥାଉ ମାରିଦେଲେ, ୭୪ ବର୍ଷ ବୟସ୍କ ବୃଦ୍ଧଙ୍କୁ ରାତି ସାରା ଫ୍ରିଜରରେ ରଖିଲେ ପରିବାର ଲୋକ

ନୂଆଦିଲ୍ଲୀ: ଜୀବନର ଅପରାହ୍ନରେ ମାରିବା ପାଇଁ ଷଡ଼ଯନ୍ତ୍ର । ରାତି ତମାମ କରିଥିଲେ ମୃତ୍ୟୁକୁ ଅପକ୍ଷା । କେତେବେଳେ ଜୀବନ ଯିବ ଏବଂ ଶବ ଦାହର ଚାଲିବ ଶେଷ କର୍ମ । ଆଉ ପରିବାର ଲୋକଙ୍କ ଏଭଳି ଷଡ଼ଯନ୍ତ୍ରର ଶୀକାର ହୋଇଥିଲେ ଜଣେ ବୃଦ୍ଧା । କିନ୍ତୁ କଥାରେ ଅଛି ରଖେ ହରି ତ ମାରେ କିଏ । ଯଦି ଉପରବାଲା ତୁମ ମୃତ୍ୟୁକୁ ଗ୍ରହଣ କରିନାହିଁ  ତେବେ ତୁମର ମୃତ୍ୟୁ ଅସମ୍ଭବ । ସେହିଭଳି ଏକ ଜ୍ୱଳନ୍ତ ଉଦାହରଣ ତାମିଲନାଡ଼ୁର ସାମେଲ ଜିଲ୍ଲାରେ ଦେଖିବାକୁ ମିଳିଛି ।

ତାମିଲନାଡୁର ସାଲେମ ଜିଲ୍ଲାରେ ଜଣେ ୭୪ ବର୍ଷୀୟ ବୃଦ୍ଧଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର   ରଚିଥିଲେ ପରିବାର ଲୋକ । ଏକ ଫ୍ରିଜର ବାକ୍ସରେ ବୃଦ୍ଧଙ୍କୁ ରଖି ମାରିବା ପାଇଁ କରିଥିଲେ ପ୍ରୟାସ । କିନ୍ତୁ ପରିବାର ଲୋକଙ୍କର ଏଭଳି ପ୍ରୟାସ ବିଫଳ ହୋଇଛି । ବୃଦ୍ଧଙ୍କୁ ଉଦ୍ଧାର କରିଛି ପୋଲିସ । ବୃଦ୍ଧଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ପରେ ତାଙ୍କ ପରିବାର ତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରାତିସାରା ଫ୍ରିଜ୍ ବାକ୍ସରେ ରଖିଥିଲେ । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ବାଲ ସୁବ୍ରମଣ୍ୟମ କୁମାର । ଫ୍ରିଜକୁ ଭଡ଼ା ଦେଇଥିବା କର୍ମଚାରୀ ଯେତେବେଳେ ଫ୍ରିଜର ବାକ୍ସ ନେବା ପାଇଁ ଆସିଲେ ସେତେବେଳେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା । ଉକ୍ତ ବ୍ୟକ୍ତି ଜଣକ ବୃଦ୍ଧ ଜୀବିତ ଥିବା ଜଣାଇଥିଲେ ।

ସୂଚନା ଅନୁଯାୟୀ, ବାଲ ସୁବ୍ରମଣ୍ୟମ କୁମାରଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ହସ୍ପିଟାଲରୁ ଆଣିଥିଲେ । ହସ୍ପିଟାଲରୁ ଆଣିବା ପରେ ଏକ ଦୋକାନରୁ ଡେଡ ବଡି ରଖାଯାଉଥିବା ଫ୍ରିଜକୁ ଭଡ଼ାରେ ଆଣିଥିଲେ । ଏହାପରେ ସୁବ୍ରମଣ୍ୟମଙ୍କୁ ସେହି ଫ୍ରିଜରେ ମରିବା ପାଇଁ ରଖିଥିଲେ । ତେବେ ଭଡ଼ା ଦେଇଥିବା ବ୍ୟକ୍ତି ଫ୍ରିଜ ଆଣିବାକୁ ଗଲା ସମୟରେ ବୃଦ୍ଧ ଜଣକ ଫ୍ରିଜ ମଧ୍ୟରେ ବଞ୍ଚିଥିବା ଦେଖିଥିଲେ । ସେହି ବୃଦ୍ଧ ବ୍ୟକ୍ତି ଜଣକ ବାକ୍ସ ଭିତରେ ନିଶ୍ୱାସ ପ୍ରଶ୍ୱାସ ନେଉଥିବାର ଜଣାପଡ଼ିଥିଲା । ପୋଲିସର ହସ୍ତକ୍ଷେପ ପରେ ତାଙ୍କୁ ସେହି ଫ୍ରିଜର ବାକ୍ସରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସର ସୂଚନାନୁସାରେ, ବୃଦ୍ଧ ଏକ ଘରୋଇ କମ୍ପାନୀରୁ ଷ୍ଟୋର କିପର ଭାବରେ ଅବସର ନେଇଥିଲେ। ସେ ତାଙ୍କ ଭାଇ ଏବଂ ଭଣଜା ସହିତ ରୁହନ୍ତି | ପୋଲିସ  ପରିବାର ବିରୋଧରେ ମାମଲା ରୁଜୁ କରିଛି।

Leave a Reply