ଭୁବନେଶ୍ୱର: ଦୁର୍ଘଟଣା ପରେ ପୁନରୁଦ୍ଧାର କରାଯାଇ ବାହାନଗା ରେଳ ଲାଇନରେ ଟ୍ରାଏଲ ରନ୍ କରାଯାଇଥିଲା। ଏବେ ଦୁଇ ଦିନ ପାଇଁ ଟ୍ରେନ୍ ବାତିଲ ସହ ରୁଟ୍ ପରିବର୍ତ୍ତନ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଆଉ କିଛି ମରାମତି କାମ ପାଇଁ ରେଳ ଚଳାଚଳ ବନ୍ଦ କରାଯାଇଛି। ମୋଟ୍ ୭୪ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ଗୋଟିଏ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି।
ଗତକାଲି ମାଲବାହୀ ସମେତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଥିଲା । ସେପଟେ ଜାରି ରହିଛି ଦୁର୍ଘଟଣାର ତଦନ୍ତ । ଗ୍ରାଉଣ୍ଡ ଜିରୋରେ ରେଲଓ୍ବେ ସେଫ୍ଟି କମିଶନର ପ୍ରାଥମିକ ତଦନ୍ତ କରିଛନ୍ତି । ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ ଅନୁଧ୍ୟାନ କରିଛନ୍ତି । ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରାଯାଇଛି ।
ସେହିପରି ସିବିଆଇ ମଧ୍ୟ ଟ୍ରେନ ଦୁର୍ଘଟଣାର ତଦନ୍ତ କରିବ। କେମିତି ହେଲା ଦୁର୍ଗଟଣା, ସେନେଇ ଟିକିନିଖି ତଥ୍ୟ ନେବେ ତଦନ୍ତକାରୀ ଟିମ୍ ।

