ଚତୁର୍ଥ ଦିନରେ ୭୩ ପ୍ରତିଶତ ଭୋଟ, ନଗଡ଼ାରେ ବଢିଛି ମତଦାନ

1 min read

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି  । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି  । ନିର୍ବାଚନ ଆୟୋଗ କହିଛନ୍ତି, ମୋଟ ରାଜ୍ୟରେ  ୭୩ ପ୍ରତିଶତ ମତଦାନ ହୋଇଛି ।  ୩୧୪ ଟି ବ୍ଲକ ମଧ୍ୟରୁ ୨୬୬ ବ୍ଳକରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏହି ସବୁ ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଭୋଟ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଛି ।

ପୂର୍ବୁରୁ ନଗଡ଼ାରେ ନିର୍ବାଚନ ହେଉଥିଲେ ମଧ୍ୟ ଭୋଟ ପ୍ରତିଶତ କମ ରୁହେ  । ବର୍ତ୍ତମାନ ଗମନାଗମନ ସୁବିଧା କରାଯାଇପାରିଛି  । ସେଥିପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ନଗଡ଼ାରେ ଭୋଟ ପ୍ରତିଶତ ଅଧିକ ରହିଛି । ମୋଟ ୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ନିୟମଗିରି ତ୍ରିଲୋଚନପୁର ଗାଁରେ ୮୦ ପ୍ରତିଶତ ମତଦାନ ହୋଇଛି । ୨୦ବର୍ଷ ଧରି ତ୍ରିଲୋଚନପୁରରେ ହୋଇପାରୁନଥିଲା ନିର୍ବାଚନ ।

ସେହିପରି ରି-ପୋଲିଂରେ ବ୍ୟବହୃତ ଭୋଟ୍ ବାକ୍ସ ଅନ୍ୟ ସ୍ଥାନରେ ରହିବ । ୪ରୁ ୫ସ୍ଥାନରେ ନିର୍ବାଚନ ବାଧାପ୍ରାପ୍ତ ପରେ ଏନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମଗାଯାଇଛି । ଭୋଟ ଗଣତି ଦିନ ସମସ୍ତ କାଉଣ୍ଟିଂ ଏଜେଣ୍ଟ ଏବଂ ଭୋଟ ଗଣନା ପାଇଁ ନିୟୋଜିତ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ପ୍ରବେଶ ପଥରେ କଡାକଡି ଯାଞ୍ଚ କରାଯିବ । ସେହିପରି ଷ୍ଟ୍ରଙ୍ଗ ରୁମକୁ କଡ଼ା ନଜରରେ ରଖାଯାଇଛି  । ପ୍ରାର୍ଥୀ ମାନେ ମଧ୍ୟ କୋଲପ ଉପରେ ନଜର ରଖିଥାନ୍ତୁ ବୋଲି କହିଛନ୍ତି ଆଦିତ୍ୟ ପ୍ରସାଦ ପାଢୀ  ।

Leave a Reply