ରାଜ୍ୟରେ ଆଉ ୭୩ କରୋନା ପଜିଟିଭ ହେଲେ ଚିହ୍ନଟ…

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କାଲି ଏକାଥରକେ ୧୦୧ କରୋନା ପଜିଟିଭ ବାହାରିଥିବା ବେଳେ ପୁଣି ଆଜି ୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ଏହା ସହ ରାଜ୍ୟରେ ଏବେ କରୋନା ପଜିଟିଭଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୭୩ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାଫଳରେ ଖୋର୍ଦ୍ଧାରେ ୫୩ ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏମାନେ ସମସ୍ତ ସୁରତରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଗଞ୍ଜାମରୁ ମଧ୍ୟ ୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହା ସହ ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି । ତେବେ ଏମାନେ ସମସ୍ତେ  ସୁରତରୁ ଫେରିବା ପରୋ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ସେପଟେ ଭଦ୍ରକରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଭଦ୍ରକରେ ସଂଖ୍ୟା ୪୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫ ସୁରତରୁ , ୩ ଜଣ  ଜଣ ପଶ୍ଚିମ ବଙ୍ଗରୁ ଏବଂ ଜଣେ କର୍ଣ୍ଣାଟକରୁ ଫେରିଥିଲେ । ଫେରିଲା ପରେ ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଯାଜପୁରରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ୮୮ରେ ପହଞ୍ଚିିଛି । ଏମାନେ ସମସ୍ତେ ପଶ୍ଚିମ ବଙ୍ଗରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ତେବେ ୨ ଜଣ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି  । ଏହାସହ ସୁନ୍ଦରଗଡ଼ରେ କରୋନା ସଂଖ୍ୟା ୨୫କୁ ବୃଦ୍ଧି ପାାଇଛି । ଏମାନେ ସମସ୍ତେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହିଥିଲେ ।

ତେବେ ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୧ ଥିବା ବେଳେ ସକ୍ରିୟଙ୍କ ସଂଖ୍ୟା ୩୯୨ରୁ ବୃଦ୍ଧି ହୋଇ ୪୬୪ ରେ ପହଞ୍ଚିଛି । ସେହିଭଳି ୧୪୩ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡ଼ିବ ସରକାରଙ୍କ ମୋ ବସ୍‌, ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯିବ ଏହି ବସ୍‌

Leave a Reply