ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ..
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ୭୩ ସୁସ୍ଥଙ୍କ ମଧ୍ୟରେ କନ୍ଧମାଳରୁ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣ କେନ୍ଦୁଝରରୁ, ୧୦ ଜଣ ଖୋର୍ଦ୍ଧା ଅଞ୍ଚଳରୁ, ୯ ଜଣ ଭଦ୍ରକରୁ, ୭ ଜଣ ଯାଜପୁରରୁ, ୬ ଜଣ ମୟୁରଭଞ୍ଜରୁ, ୪ ଜଣ ଗଞ୍ଜାମରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କଟକ ସହରରୁ ମଧ୍ୟ ୩ ଜଣ ସୁସ୍ଥ ହୋଇଛଥିବା ସୂଚନା ମିଳିଛି । ଅନ୍ୟପଟେ ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡ଼ାରୁ ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଜଣେ ବଲାଙ୍ଗିରରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ତେବେ ରାଜ୍ୟରେ ବୁଧବାର ସୁଦ୍ଧା ୩୦୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଯେଉଁମାତ୍ରେରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ତାହାଠାରୁ ଅଧିକ ମାତ୍ରାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହା ରାଜ୍ୟ ପାଇଁ ଏକ ଭଲ ଖବର ବୋଲି କୁହାଯାଇପାରେ ।
Another 73 #COVID19 patients have recovered and are being discharged on 17.6.2020.
14 from Kandhamal
11 from Keonjhar
10 from Khurdha
9 from Bhadrak
7 from Jajpur
6 from Mayurbhanj
4 from Ganjam
3 from Cuttack
(1/2)— H & FW Dept Odisha (@HFWOdisha) June 17, 2020
2 each from Balasore, Jagatsinghpur, Jharsuguda and Kalahandi
1 from Bolangir.The total recovered cases of #Odisha now stand at 3047.
(2/2)— H & FW Dept Odisha (@HFWOdisha) June 17, 2020