ଦମ ଦେଖାଇଲେ ଆଥଲେଟ୍ । ସିନ୍ଥେଟିକ ଟ୍ରାକରେ ସବଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ପ୍ରତିଯୋଗିତା । କଟକ ବକ୍ସିବଜାର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଆରମ୍ଭ ହେଲା ୭୧ତମ ରାଜ୍ୟ ଆଥଲେଟିକ୍ସ ମିଟ୍ ୨୦୨୫ । ଓଡିଶା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ମିଟରେ ସମସ୍ତ ଜିଲ୍ଲା ଓ ୭ଟି ବିଭାଗ ଟିମକୁ ମିଶାଇ ମୋଟ ୧୫ଶହ ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି । ଏହାସହ ୧୫୦ ଅଫିସିଆଲ ଇଭେଣ୍ଟକୁ ପରିଚାଳନା କରୁଛନ୍ତି । ସିନଥେଟିକ୍ ଟ୍ରାକରେ ୧୭୨ ଇଭେଣ୍ଟ ରେ ପ୍ରତିଦ୍ବନ୍ଦ୍ବିତା ହେବ ।
ଆଥଲେଟିକ ମିଟରେ ଅନ୍ତର୍ଜାତିକ ପ୍ରତିଯୋଗିତାରେ ଖେଳୁଥିବା ଅନିମେଶ କୁଜୁର, ଶ୍ରାବଣୀ ନନ୍ଦ, ଅମୀୟ ମଲ୍ଲିକ ଭାଗ ନେଇ ନିଜର ପ୍ରଦର୍ଶନ ଦେଖାଇବେ । ଏହା ଛଡା ପୂର୍ବରୁ ଦେଶକୁ ପ୍ରତିନିଧିତ୍ବ କରିଥିବା ୨୨ ଜଣ ପୂର୍ବତନ ଅନ୍ତର୍ଜାତିକ ଓଡ଼ିଆ ଆଥଲେଟ୍ ଙ୍କୁ ସମ୍ମାନିତ କରାଯିବ । ଏହି ଅବସରରେ ବାରବାଟୀ ଷ୍ଟାଡିୟମରେ ୨୮ ତାରିଖ ସଂଧ୍ୟାରେ ଆଥଲେଟଙ୍କ ସମ୍ମାନିତ କରିବ OAA । ଏହା ଖେଳାଳିଙ୍କ ପାଇଁ ଏକ ବଡ ପ୍ରତିଯୋଗିତା ହୋଇ ଥିବାରୁ ସମସ୍ତେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ ଥିବା କହିଛନ୍ତି ଅନ୍ତର୍ଜାତୀୟ ଆଥଲେଟ ଦୂତି ଚାନ୍ଦ । ୪ ଦିନ ଧରି ଏହି ମିଟରେ ଅନେକ ନୂଆ ମିଟ ରେକର୍ଡ ହେବ ବୋଲି ଆଶା କରାଯାଉଛି ।

