spot_img

Latest Posts

୭୦୦୦ କରୋନା ମାମଲା: ଆମେରିକା, ଚୀନ୍ ଏବଂ ଫ୍ରାନ୍ସ ଅପେକ୍ଷା ଭାରତରେ ମୃତ୍ୟୁ ହାର ଅଧିକ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଦ୍ୱ୍ରାରା ସଂକ୍ରମିକ ଲୋଲଙ୍କ ସଂଖ୍ୟା ୮୦୦୦ରୁ ଅଧିକ ରହିଛି ।  ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ କରୋନା ଭାଇରସର କବଳରେ ମୋଟ ୮୩୫୬ ଜଣ ଲୋକ ଆସିସାରିଛନ୍ତି । ଏଥି ମଧ୍ୟରୁ ୭୧୫ ଜଣ ଲୋକ ସଉଳତାର ସହିତ ସୁସ୍ଥ୍ୟ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ କରୋନା କାରଣରୁ ୨୭୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଲାଣି । ଏହିଭଳି ଭାବରେ ଦେଶରେ ବର୍ତ୍ତମାନ କରୋନାର ଆକ୍ଟିଭ କେସ କେସ ମାମଲାର ସଂଖ୍ୟା ୭୩୬୭ ରହିଛି ।

କରୋନା ସଂକ୍ରମଣର ତଥ୍ୟ ଏହି ରୋଗରେ ମିଳିଥିବା ସଫଳତା / ବିଫଳତା ଏବଂ ଏହାର ମୁକାବିଲା କରିବାର ଉପାୟ ବିଷୟରେ ସୂଚନା ଦେଇଥାଏ । ଏଥି ସହିତ, ଯଦି ଆମେ ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ୭୦୦୦ କରୋନା ରୋଗକୁ ତୁଳନା କରୁ, ତେବେ ଏହା ଦର୍ଶାଏ ଯେ ଭାରତରେ କରୋନା ରୋଗୀଙ୍କ ମୃତ୍ୟୁ ହାର ଚୀନ୍, ଆମେରିକା ଏବଂ ଫ୍ରାନ୍ସ ତୁଳନାରେ ବହୁତ ଅଧିକ ।

ଜର୍ମାନୀ ଏବଂ ଦକ୍ଷିଣ କୋରିଆର କରୋନା ରୋଗୀଙ୍କ ଚିକିତ୍ସାରେ ସବୁଠୁ ଆଗରେ ରହିଛି । ଏଠାରେ ୭୦୦୦ ମାମଲାରେ ମୃତ୍ୟୁ ସଂଖ୍ୟା ଭାରତ ମୁକାବିଲାରେ ବହୁତ କମ ରହିଛି । ଯଦିଓ ଇଟାଲୀ, ସ୍ପେନ. ବ୍ରିଟେନ, ସ୍ୱିଡେନ, ନେଦରଲ୍ୟାଣ୍ଡ, ବ୍ରାଜିଲରେ ୭୦୦୦ କରୋନା ସଂକ୍ରମଣରେ ମୃତ୍ୟୁର ସଂଖ୍ୟା ଭାପତ ତୁଳନାରେ ବହୁତ ଅଧିକ ରହିଛି ।

ଚାଇନା-ଫ୍ରାନ୍ସ ଅପେକ୍ଷା ଭାରତରେ ମୃତ୍ୟୁ ହାର ଅଧିକ ରହିଛି

୭୦୦୦ କରୋନା ସଂକ୍ରମଣ ରୋଗୀଙ୍କ ଆଧାରରେ ଯେଉଁ ଦେଶରେ ଭାରତରୁ କମ୍ ମୃତ୍ୟୁ ଘଟିଛି ସେହି ଦେଶ ହେଉଛି ଜର୍ମାନୀ, ଦକ୍ଷିଣ କୋରିଆ, ଚୀନ୍, ଫ୍ରାନ୍ସ ଏବଂ ଆମେରିକା। ଭାରତରେ, ଯେତେବେଳେ କରୋନା ସଂକ୍ରମଣର ସଂଖ୍ୟା ୭୦୦୦ ଥିଲା, ସେତେବେଳେ ମୃତ୍ୟୁ ସଂଖ୍ୟା ୨୪୯ ଥିଲାବେଳେ ଜର୍ମାନୀରେ ୭୦୦୦ ମାମଲା ଥିଲା, ସେତେବେଳେ କେବଳ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା, ଦକ୍ଷିଣ କୋରିଆରେ ଏହା ୫୬ ଥିଲା, ଆମେରିକାରେ ସେତେବେଳେ କେବଳ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଘଟିଛି, ଚାଇନାରେ ୧୭୦ ଜଣ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ ୭୦୦୦ ମାମଲାରେ ମୃତ୍ୟୁ ସଂଖ୍ୟା ୧୭୫ ଏବଂ ଇରାନରେ ଏହି ତଥ୍ୟ ୨୩୭ ଥିଲା ।

Latest Posts

Don't Miss