Research: ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରୁ କରୋନାରେ ୭୦୦ ଜଣ ମୃତ, ୩୦ ହଜାର ସଂକ୍ରମିତ

700 Dead 30000 Infected Coronavirus Donald Trump Election Rally Research

ୱାଶିଂଟନ: ଆମେରିକାରେ ମହାମାରୀ କରୋନା ମଧ୍ୟରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା । ଏକ ଅଧ୍ୟୟନ ଅନୁସାରେ ଟ୍ରମ୍ପଙ୍କ ରାଲି ଯୋଗୁଁ ଏବେ ଯାଏଁ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ଡୋନାଲ୍ଡ ଟ୍ରମ୍ପ ଏବେ ଯାଏଁ ୧୮ଟି ନିର୍ବାଚନ ରାଲି କରି ସାରିଲେଣି । ଏହିସବୁ ରାଲି ଦ୍ୱାରା ୩୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନରୁ ଏହା ଜଣାପଡ଼ିଛି ।

700 Dead 30000 Infected Coronavirus Donald Trump Election Rally Research

ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ରାଲିରେ ଅଂଶଗ୍ରହଣ କରିଥିବା ଲୋକ ଆକ୍ରାନ୍ତ ହୋଇ କିମ୍ବା ମୃତ୍ୟୁବରଣ କରିଛନ୍ତି । ସେମାନଙ୍କୁ କୌଣସି କ୍ଷତିପୂରଣ ମିଳିନି । ଏହି ଅଧ୍ୟୟନ ୨୦ ଜନରୁ ୨୨ ସେପ୍ଟେମ୍ବର ମଧ୍ୟରେ ଟ୍ରମ୍ପ କରିଥିବା ରାଲି ଅନୁସାରେ ହୋଇଥିଲା । ଟ୍ରମ୍ପଙ୍କ ରାଲିରେ କେତକ ବିଶୃଙ୍ଖଳା ହୋଇଥିବା ଅଧ୍ୟୟନରେ କୁହାଯାଇଛି ।

700 Dead 30000 Infected Coronavirus Donald Trump Election Rally Research

ମହାମାରୀ କରୋନା ପରେ ବି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ୍ ହୋଇଥିଲେ । ଏହି ସମୟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା । ଏଥିସହ ବିନା ମାସ୍କରେ ଅନେକ ଲୋକ ରାଲିରେ ଭାଗ ନେଇଥିଲେ । ଏପରିକି କରୋନା ସଂକ୍ରମିତ ହେବା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ବହୁତ କମ୍ ମାସ୍କ ବ୍ୟବହାର କରୁଥିଲେ । ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା କରୋନା ପ୍ରୋଟୋକଲ ମଧ୍ୟ ରାଲିରେ ଉଲ୍ଲଂଘନ କରାଯାଇଥିଲା ।

Leave a Reply