୭୦୦ କୋଟିର ମାଲିକ କମଲ ହାସନ

ଭାରତୀୟ ସିନେମାରେ ଜଣେ ବିଶେଷ ପରିଚିତ ବ୍ୟକ୍ତି ଭାବେ ଜଣାଶୁଣା କମଲ ହାସନ  । ଯିଏ କି ଏକାସାଙ୍ଗେ ଜଣେ ଅଭିନେତା, ନୃତ୍ୟଶିଳ୍ପୀ, ନିର୍ଦ୍ଦେଶକ ତଥା ପ୍ରଯୋଜକ  । ତାମିଲ ସିନେମା ବ୍ୟତୀତ ସେ ତେଲୁଗୁ, ହିନ୍ଦୀ, ମାଲାୟଲମ୍, କନ୍ନଡ଼ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି  । ଅକ୍ଟୋବର ୭ରେ କମଲ ହାସନଙ୍କ ଜନ୍ମଦିନ ଅର୍ଥାତ୍ କମଲ ଆଜି ୬୭ ବର୍ଷରେ ପାଦଦେଲେ  । ସେ ୪ଟି ନ୍ୟାସନାଲ ଆୱାର୍ଡ ପାଇଥିବା ବେଳେ ୧୯ଟି ଫିଲ୍ମ ଫେୟାର ଆୱାର୍ଡର ଅଧିକାରୀ  ।

କମଲ ହାସନ ନିଜ କ୍ୟାରିୟର ଏକ ତାମିଲ ଚଳଚ୍ଚିତ୍ର କଲାଇମମାନୀରୁ ଆରମ୍ଭ କରିଥିବା ବେଳେ ଏଥିରେ ସେ ଏକ ଚାଇଲ୍ଡ ଆକ୍ଟର ଭାବେ କାମ କରିଥିଲେ  । ମାତ୍ର ବର୍ତ୍ତମାନ ସେ କୋଟିଏ ସମ୍ପତ୍ତିର ଅଧିକାରୀ । ଏଥିସହ କମଲଙ୍କ ପାଖରେ ରହିଛି ନାମୀଦାମୀ କାରର କଲେକସନ  । ଆସନ୍ତୁ ଜାଣିବା କମଲଙ୍କ ଲଗଜରୀ କାର ବିଷୟରେ :

କୋଟିଏ ସମ୍ପତ୍ତିର ମାଲିକ କମଲ ହାସନଙ୍କୁ ଲଗଜରୀ କାର ପସନ୍ଦ  । କମଲଙ୍କ ପାଖରେ ହମର, ଅଡ଼ୀ, ଲିମୋଜିନ ଭଳି ନାମୀଦାମୀ ଗାଡ଼ି ରହିଛି  । ଏହି ତିନୋଟି ଗାଡ଼ି ଦାମ୍ କୋଟିଏ ଉପରେ  ।

୬୫୦ କୋଟିର ମାଲିକ :

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କମଲଙ୍କ ମୋଟ ସମ୍ପତ୍ତି ୧୦୩ ମିଲିୟନ ଡଲାର ଉପରେ  । ଯାହା ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୭୦୦ କୋଟି ଟଙ୍କା  ।  କମଲ ହାସନ ୧୯୯୪ ମସିହାରେ ଏକ ଚଳଚ୍ଚିତ୍ର ପାଇଁ ୧ କୋଟି ଟଙ୍କା ରାଶି ନେଇଥିଲେ  ।  ଯାହା ଭାରତୀୟ ଚଳଚ୍ଚିତ୍ରରେ ପ୍ରଥମ, ଯିଏ ଏତେ ରାଶିର ଟଙ୍କା ନେଇଥିଲେ  । ଚଳଚ୍ଚିତ୍ର ବ୍ୟତୀତ କମଲଙ୍କର ମୁଖ୍ୟ ରୋଜଗାର ବିଜ୍ଞାପନ  । ଯେଉଁଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି  । ସେ ଚେନ୍ନାଇର ଏକ ବିଳାସମୟ ବଙ୍ଗଳାରେ ରହୁଥିବା ବେଳେ ତାଙ୍କ ବଙ୍ଗଳାର ମୂଲ୍ୟ ୩୦ କୋଟି ଟଙ୍କା  । କେବଳ ଏତିକି ନୁହେଁ ଲଣ୍ଡନରେ ମଧ୍ୟ ତାଙ୍କର ଅନେକ ସମ୍ପତ୍ତି ରହିଥିବା କୁହାଯାଉଛି  ।

 

Leave a Reply