ସାତ ଜନ୍ମର ସାଥି: ରୋଗୀଣା ସ୍ତ୍ରୀକୁ କାନ୍ଧରେ ବୁହାଇ ଡାକ୍ତରଖାନା ନେଲେ ୭୦ ବର୍ଷର ସ୍ୱାମୀ

ମୁମ୍ବାଇ: ଚର୍ମ ଧୁଡ଼ୁଧୁଡୁ । ଦେହରେ ଚାଲିବାକୁ ଯୁ ନାହିଁ । ହେଲେ ବୟସର ଅପରାହ୍ଣରେ ହାର୍ ମାନି ନାହାଁନ୍ତି ବୃଦ୍ଧ ଜଣଙ୍କ । ପରିଣତ ବୟସରେ ସବୁ ପ୍ରତିକୂଳ ପରିସ୍ଥିତକୁ ସାମ୍ନା କରିଛନ୍ତି । ଆବଡ଼ା ଖାବଡ଼ା ପଥୁରିଆ ରାସ୍ତାରେ ରୋଗୀଣା ପତ୍ନୀଙ୍କୁ କାନ୍ଧରେ ଧରି ଚାଲିଛନ୍ତି ଦୀର୍ଘ ୪ କିମି । ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଚାନ୍ଦସାଲିରେ ଦେଖିବାକୁ ମିଳିଛି ହୃଦୟକୁ ବିଦାରି ଦେଉଥିବା ଏଭଳି ଦୃଶ୍ୟ ।

70 Years Old Man Carries His Wife In Shoulder Hospital Nandurbar

ବର୍ଷା ଓ ଭୂସ୍ଖଳନ ପରେ ରାସ୍ତା ବନ୍ଦ ହୋଇ ଯାଇଥିଲା । ଘରେ ରୋଗୀଣା ସ୍ତ୍ରୀର ଅବସ୍ଥା ଦେଖି ଆଉ ସମ୍ଭାଳି ପାରିନଥିଲେ ଅଦଲ୍ୟା ପାଣ୍ଡବି । କାନ୍ଧରେ ପତ୍ନୀଙ୍କୁ ଧରି ମେଡିକାଲ ଯିବା ପାଇଁ ବାହାରି ପଡ଼ିଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ୪ କିଲୋମିଟର ଯିବା ପରେ କାନ୍ଧରେ ହିଁ ଚାଲି ଯାଇଥିଲା ପତ୍ନୀ ସିଦଲିବାଇଙ୍କ ଜୀବନ ।

70 Years Old Man Carries His Wife In Shoulder Hospital Nandurbar

ମହାରାଷ୍ଟ୍ର ଆଦିବାସୀ ବିକାଶ ମନ୍ତ୍ରୀ କେସି ପଡ଼ବି ମଧ୍ୟ ଏହି ଅଞ୍ଚଳର । ଏହି ଅଞ୍ଚଳକୁ କୌଣସି ରାସ୍ତାଘାଟ ନଥିବା ବେଳେ ଭୂସ୍ଖଳନ ଯୋଗୁଁ ପ୍ରତିବର୍ଷ ଚାନ୍ଦସାଲି ଘାଟି ବନ୍ଦ ହୋଇଯାଏ । ଆଉ ହଜାର ହଜାର ଆଦିବାସୀ କିଛିଦିନ ପାଇଁ ଗାଁରେ ହିଁ ବନ୍ଦୀ ହୋଇଯାଆନ୍ତି । ଗାଁରେ ସ୍ୱାସ୍ଥ୍ୟ ସୁବିଧା ନଥିବାରୁ ଲୋକେ ନନ୍ଦୁରବାର, ତଲୌଦା ଓ ଧଡ଼ଗାଓଁ ଉପରେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି ।

Leave a Reply