ନିୟମ ଭାଙ୍ଗିଲେ ସ୍କୁଟି ଚାଳକ, ବାଇକ ଆରୋହୀଙ୍କ ନାଁରେ ଆସିଲା ଫାଇନ୍‌

ଉଦଳା: ମୟୂରଭଞ୍ଜ ଉଦଳା ଖୁଣ୍ଟାରେ ଅଭାବନୀୟ ଘଟଣା । ଗାଡ଼ି ନ ଚଲାଇ କଟିଲା ଚାଲାଣ । ସ୍କୁଟିରେ ୩ ଜଣ ଯାଉଥିବାରୁ ଟ୍ରାଫିକ ନିୟମକୁ ଅବମାନନା ଅଭିଯୋଗରେ ୭ହଜାର ଟଙ୍କା ଫାଇନ୍ ପଡ଼ିଛି । ହେଲେ ଜଣେ ବାଇକ ଚାଳକଙ୍କ ନମ୍ବରରେ କଟିଛି ଫାଇନ୍ । ବାଇକ ଚାଳକଙ୍କୁ ଫାଇନ୍ ମେସେଜ୍ ଆସିଥିବା ବେଳେ , ତାଙ୍କ କହିବା କଥା ହେଲା ଯେ ନା ୨୨ ମାର୍ଚ୍ଚରେ ସେହି ସ୍ଥାନକୁ ସେ ଯାଇଛନ୍ତି, ନା ଫଟୋରେ ଦେଖାଉଥିବା ସ୍କୁଟି ତାଙ୍କର ।

ତେବେ ବାଇକ୍ ନମ୍ବରରେ ଚାଲାଣ କଟିଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ଖୁଣ୍ଟା ଅଞ୍ଚଳର ତରୁଣ ମିଶ୍ର । ଏନେଇ ବାରିପଦା ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହୋଇଛି ।