ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ, ୭ ଛାତ୍ରଛାତ୍ରୀ ମୃତ

ମସ୍କୋ: ଋଷର ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ । ଗୁଳିମାଡରେ ୭ ଛାତ୍ରଛାତ୍ରୀଙ୍କ ସମେତ ୯ ଜଣ ପ୍ରାଣ ହରାଇ ଥିବାବେଳେ ଆହତ ହୋଇଛନ୍ତି ୨୧ ଜଣ । ଋଷର କାଜାନ ସହରରେ ଘଟିଛି ଲୋମହର୍ଷକ ଘଟଣା । ତାତାରସ୍ତାନ ଗଭର୍ଣ୍ଣର କହିଛନ୍ତି ମୁସଲିମ ବହୁଳ ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରାଣ ହରାଇଥିବା ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀର ହୋଇଥିବା ଜଣାପଡିଛି ।

କାଜାନ ସ୍କୁଲ ନମ୍ବର ୧୭୫ରେ ଆତଙ୍କବାଦୀ ପ୍ରବେଶ କରି ଆଖିବୁଜା ଗୁଳିମାଡ କରିବାରୁ ୪ ଛାତ୍ର ଓ ୩ ଜଣ ଛାତ୍ରୀ ପ୍ରାଣ ହରାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ କର୍ମଚାରୀ ବି ପ୍ରାଣ ହରାଇଛନ୍ତି । ଗୁଳିମାଡ କରିଥିବା ଯୁବକର ବୟସ ୧୯ ବର୍ଷ ଏବଂ ଗୁଳିମାଡ ପରେ ତାକୁ ଗିରଫ କରାଯାଇଛି । ସ୍କୁଲର ତୃତୀୟ ମହଲାରେ ଘଟିଥିଲା ଲୋମହର୍ଷକ ଘଟଣା ।