କରୋନାରେ ଆଉ ୭ ଜଣଙ୍କ ଜୀବନ ଗଲା

2 min read
Corona Died

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୭ ମୁଣ୍ଡ । ମୋଟ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି । ସମ୍ବଲପୁର-୩, ବରଗଡ଼-୨, ଭଦ୍ରକ ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ହାଇପର ଟେନ୍‌ସନ୍‌, ଡାଇବେଟିସ୍‌, କରୋନାରୀ ଆର୍ଟେରୀ ଡିଜିଜ୍‌ ଭଳି ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ବରଗଡ଼ରୁ ମଧ୍ୟ ଜଣେ ୭୬ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ହାଇପରଟେନ୍ସନ୍‌ ଓ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ ।‌

ସେହିଭଳି ବରଗଡ଼ରୁ ଆଉ ଜଣେ ୬୫ ବର୍ଷୀୟ ପୁରୁଷଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସେ ପୂର୍ବରୁ କ୍ରୋନିକ୍‌ କିଡ୍‌ନୀ ଡିଜିଜ୍‌ରେ ଆକ୍ରାନ୍ତ ଥିଲେ । ଭଦ୍ରକରୁ ଜଣେ ୬୦ ବର୍ଷୀୟ ପୁରୁଷ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ସମ୍ବଲପୁରରୁ ଜଣେ ୭୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଯିଏ କି ପୂର୍ବରୁ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ । ଆଉ ଜଣେ ୫୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ହାଇପରଟେନ୍‌ସନ୍‌ ଓ ହାଇପୋନାଟ୍ରେମିଆରେ ଆକ୍ରାନ୍ତ ଥିଲେ । ସେହିଭଳି ସମ୍ବଲପୁରରୁ ଆଉ ଜଣେ ୬୦ ବର୍ଷୀୟ ପୁରୁଷଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply