ପେଟରେ ୭ ମାସର ଛୁଆ, ସ୍ୱାମୀଙ୍କୁ ପାଇବା ପାଇଁ ଘର ଆଗରେ ସ୍ତ୍ରୀର ଧାରଣା

1 min read
7 Months Old Pregnant Lady Protesting In Front Of Husband's House

ଭୁବନେଶ୍ୱର: ପେଟରେ ୭ ମାସର ଛୁଆ । ନା ଚାଲିବାକୁ ନା ବସିବାକୁ ଶରୀର ଚାହୁଁଛି । କିନ୍ତୁ ପରିସ୍ଥିତି ବାଧ୍ୟ କରିଛି । ବାହାଘରକୁ ଏବେ ଏବେ ପୂରିଛି ବର୍ଷେ । କିନ୍ତୁ ପେଟରେ ଛୁଆ ଥିଲେ ବି ମନରେ ସୁଖ ନାହିଁ । ଅଧିକାର ପାଇଁ ଲଢ଼େଇ କରୁଛନ୍ତି ସୁଚିତ୍ରା । ମୋତେ ମୋ ସ୍ୱାମୀ ଦରକାର । ଡୁମଡୁମା ଫେଜ୍-୨ରେ ସ୍ୱାମୀଙ୍କ ଘରେ ପ୍ରବେଶ ପାଇଁ ଧାରଣାରେ ବସିଛି ସ୍ତ୍ରୀ ।

7 Months Old Pregnant Lady Protesting In Front Of Husband's House

୨୦୨୧ ମାର୍ଚ୍ଚ ୧୭ ତାରିଖରେ ମନୋରଞ୍ଜନ ପାତ୍ରଙ୍କୁ ବିବାହ କରିଥିଲେ ସୁଚିତ୍ରା ପାତ୍ର । ବିବାହର କିଛି ଦିନ ପରେ ସୁଚିତ୍ରା ଜାଣିବାକୁ ପାଇଥିଲେ ମନୋରଞ୍ଜନ ଓରଫ ମୁନାଙ୍କର ରହିଛି ଅନ୍ୟ ଝିଅ ସହ ସମ୍ପର୍କ । ଯାହାକୁ ବିରୋଧ କରିଥିଲେ ସୁଚିତ୍ରା । ବିରୋଧ ପରେ ଆରମ୍ଭ ହୋଇଥିଲା ଶାଶୂ ଓ ସ୍ୱାମୀଙ୍କର ଅତ୍ୟାଚାର । ଯାହାକୁ ସହି ନପାରି ସୁଚିତ୍ରାଙ୍କ ମାଆ ତାଙ୍କୁ ଘରକୁ ନେଇଯାଇଥିଲେ । ଏବେ ସୁଚିତ୍ରା ଶାଶୂ ଘରକୁ ଆସିବାକୁ ଚାହୁଁଥିବା ବେଳେ ସ୍ୱାମୀ, ଶାଶୂ ଏବଂ ନଣନ୍ଦ ମନା କରିଦେଇଥିଲେ ।

7 Months Old Pregnant Lady Protesting In Front Of Husband's House

ଗତକାଲି ସୁଚିତ୍ରା ବାଲେଶ୍ଵରରୁ ଆସି ଶାଶୂ ଘର ଡୁମଡୁମା ଫେଜ-୨ରେ ପହଞ୍ଚିଥିଲେ । ହେଲେ ଘରେ ତାଲା ଝୁଲୁଥିଲଲା । ଫଳରେ ଗତକାଲିଠାରୁ ସୁଚିତ୍ରା ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଶାଶୂ, ନଣନ୍ଦ ଘରେ ନ ଥିବା ଜଣାଯାଇଛି । ତେବେ ନ୍ୟାୟ ନ ମିଳିବା ଯାଏ ସ୍ୱାମୀ ଘର ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି ସୁଚିତ୍ରା ।