ରାଜଧାନୀରେ ମାତିଛନ୍ତି ଜମି ମାଫିଆ, ୭ ଜଣ ଜମି ମାଫିଆଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ

1 min read

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଜମି ମାଫିଆ । ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ନେଉଛନ୍ତି ବଟି । ୭ ଜଣ ଜମି ପୋଜେସନ ମାଫିଆଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ପ୍ରେସିଡେନ୍ସି ପଛରେ ଏକ ବିବାଦୀୟ ଜମିକୁ ନେଉଥିଲେ ପୋଜେସନ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ୨୫ ତାରିଖରେ ଏନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ତଦନ୍ତ କରି ପୋଲିସ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟଙ୍କୁ ଗିରଫ କରିଛି ।

ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା । ମାମଲାରେ ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଫେରାର ରହିଛି । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ । ଗିରଫ ପରେ ସମସ୍ତଙ୍କ ହାତରେ ଦଉଡ଼ି ବାନ୍ଧି ଚଲାଇ ଚଲାଇ ନେଇଛି ପୋଲିସ । ଏଭଳି ଠକେଇ ଶିକାର ହେଲେ ତୁରନ୍ତ ଟୋଲଫ୍ରି ନମ୍ବରରେ କଲ କରି ଜଣାଇବାକୁ ଅପିଲ କରିଛନ୍ତି ଡିସିପି ।