ପୁଲଓ୍ୱାମା ଘଟଣାର ପୁନରାବୃତ୍ତି ଯୋଜନା ପଣ୍ଡ: ବିସ୍ଫୋରକ ଜବତ କରିବା ସହ ନର୍ସିଂ ଛାତ୍ରକୁ ଅଟକ ରଖିଛି ପୋଲିସ

1 min read

ଜମ୍ମୁ କଶ୍ମୀର: ଆତଙ୍କବାଦୀଙ୍କ ଜଘନ୍ୟ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ପୁଲଓ୍ୱାମା ଆକ୍ରମଣର ଦ୍ୱିତୀୟ ବର୍ଷରେ ଘଟଣାର ପୁନରାବୃତ୍ତି କରିବାକୁ ଯୋଜନା କରୁଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ଚଖ୍‌ମା ଖାଇଛନ୍ତି । ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ସୁରକ୍ଷାକର୍ମୀ ଜମ୍ମୁ ବସ୍‌ଷ୍ଟାଣ୍ଡରୁ ୬.୫ କିଲୋ ଆଇଡି ଜବତ କରିଛନ୍ତି  । ତେବେ ଏହି ମାମଲାରେ ଜଣେ ସନ୍ଦିଗ୍ଧ ଯୁବକକୁ ପୁଲିସ ଅଟକ ରଖିଛି | ଏହି ଯୁବକଙ୍କୁ ପୁଲିସ ଏବେ ପଚରାଉଚୁରା କରୁଥିବାବେଳେ ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି | ବିସ୍ଫୋରକ ଜବତ ଘଟଣାକୁ ନେଇ ଜାମ୍ମୁ ଜୋନର ଆଇଜିପି ମୁକେଶ ସିଂହ କହିଛନ୍ତି ଯେ ଅନନ୍ତନାଗ ଓ ଜାମ୍ମୁ ପୁଲିସକୁ ବଡ ସଫଳତା ମିଳିଛି | ଗତ ୨ରୁ ୩ ଦିନ ଧରି ଜାମ୍ମୁ ପୁଲିସ ହାଇଆଲର୍ଟରେ ଥିବାବେଳେ ଗୁଇନ୍ଦା ସୂଚନା ମିଳିଥିଲା ଯେ ଆତଙ୍କବାଦୀମାନେ କିଛି ବଡ ଧରଣର ଅଘଟଣ ଘଟାଇପାରନ୍ତି |

ଆଉ ଯାଞ୍ଚ ସମୟରେ ଜଣେ ନର୍ସିଙ୍ଗ ଛାତ୍ରଙ୍କୁ ଗିରଫ କରାଯାଇଛି । ଚଣ୍ଡୀଗଡ଼ରେ ଏହି ଯୁବକ ଜଣକ ନର୍ସିଙ୍ଗ ପଢୁଥିବାବେଳେ ତାଙ୍କ ନାମ ସୋହେଲ ବୋଲି ପୁଲିସ ପକ୍ଷରୁ କୁହାଯାଇଛି | ଆଇଜିପି କହିଛନ୍ତି ଯେ ପଞ୍ଜାବରେ ପଢ଼ୁଥିବା କିଛି କାଶ୍ମିରୀ ଛାତ୍ରଙ୍କୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି | ସୋହେଲଙ୍କ ପ୍ରକୃତ ଘର ଦକ୍ଷିଣ କାଶ୍ମୀରର ପୁଲବାମା ଜିଲ୍ଲା ହୋଇଥିବାବେଳେ ପାକିସ୍ତାନରୁ ଆଇଡି ବିସ୍ଫୋରକ ବିସ୍ଫୋରଣ କରିବାକୁ ନିର୍ଦ୍ଦେଶ ମିଳିଥିଲା |

 

Leave a Reply