ବଲିଉଡରେ ଏହି ୭ ଜଣ ଫିଲ୍ମମେକର୍ସ ସୁଶାନ୍ତଙ୍କୁ କରିଥିଲେ ବ୍ୟାନ୍ !

1 min read
7 film makers banned Sushant singh rajput

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ନେଇ ଏବେ ଏକ ନୂଆ ଖୁଲାସା ହୋଇଛି ଯାହା ଟ୍ରେଣ୍ଡିଂରେ ରହିଛି । କମଲ ରସିଦ୍ ଖାନ୍ ତଥା KRKଙ୍କର ଏକ ପୂରୁଣା ଟୁଇଟ୍ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଟୁଇଟ୍ ରେ KRK ଲେଖିଥିଲେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବଡ ପ୍ରଡକ୍ସନ ହାଉସ୍ ସୁଶାନ୍ତ ସିଂହଙ୍କୁ ବ୍ୟାନ୍ କରିଦେଇଛନ୍ତି । ପ୍ରଡକ୍ସନ ହାଉସ୍ ଗୁଡିକ ହେଉଛି ଧର୍ମା ପ୍ରଡକ୍ସନ, ସାଜିଦ୍ ନାଦିୟାୱାଲା, ୟଶରାଜ ଫିଲ୍ମ, ଟି ସିରିଜ୍, ସଲମାନ ଖାନ, ଦିନେଶ ୱିଜାନ, ବାଲାଜି । KRK ଏହି ଫିଲ୍ମମେକର୍ସଙ୍କ ନାଁ ଲେଖି ଟୁଇଟ୍ କରିଥିଲେ । ଅବଶ୍ୟ ଏହି ଟୁଇଟ୍ ଏବେ @krkboxoffice ଟୁଇଟର ହ୍ୟାଣ୍ଡଲରୁ ହଟେଇ ଦିଆଯାଇଛି । ଏମିତି ଅନେକ ଟୁଇଟ୍ ଏବେ ଟୁଇଟରରେ ଉପଲବ୍ଧ ନାହିଁ ।

ସୁଶାନ୍ତ ସିଂଙ୍କ ବନ୍ଧୁ ଅଭିଷେକ କୁମାର ସିଂ ମଧ୍ୟ ଦାବି କରିଛନ୍ତି ଯେ, ସୁଶାନ୍ତଙ୍କ ତିନିଜଣ କ୍ଲୋଜ୍ ଫ୍ରେଣ୍ଡ ଚଳିତ ବର୍ଷ ଆତ୍ମହତ୍ୟା କରିଛନ୍ତି । ଯାହା ସମସ୍ତଙ୍କୁ ଆଚମ୍ୱିତ କରିଛି ।  ଏବଂ ଏହି ତାଲିକାରେ ସୁଶାନ୍ତ ଚତୁର୍ଥ । ତାଙ୍କ ସାଙ୍ଗମାନଙ୍କ ନାମ ହେଉଛି:

୧- ମନମିତ୍ ଗ୍ରୁଏଲ୍ ୨୦୨୦ ମସିହା ମେ ମାସ ୧୫ ତାରିଖରେ ଆତ୍ମହତ୍ୟା କରିଥିଲେ । ତାଙ୍କର ଆର୍ଥିକ ଅସୁବିଧା ସେ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଇଥିଲା ।

୨- ପ୍ରିକ୍ଷା ମେହେତା ସୁଶାନ୍ତଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ । ୨୦୨୦ ମସିହା ମେ ମାସ ୨୬ ତାରିଖରେ ସେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁର କାରଣ କ୍ୟାରିୟର ବୋଲି କୁହାଯାଇଥିଲା ।

୩- ଦିଶା ସଲିୟନ୍- ନିକଟରେ ଜୁନ୍ ମାସ ୯ ତାରିଖରେ ସୁଶାନ୍ତଙ୍କ X ମ୍ୟାନେଜର ଥିଲେ ।

ଏମାନଙ୍କ ପରେ ଚତୁର୍ଥ ସ୍ଥାନରେ ସୁଶାନ୍ତ ଥିଲେ ।

ଅଭିଷେକ କୁମାର ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଖୁବ ଅଦ୍ଭୁତ ଯେ, ସମସ୍ତେ ଏବେ  ଦୁଃଖିତ କିନ୍ତୁ ଏହାକୁ ବିଶ୍ୱାସ କରିବା କଷ୍ଟକର ।   ଅଭିଷେକ ଏହା ମଧ୍ୟ କହିଛନ୍ତି ଯେ, ସତ୍ୟ ବାହାରକୁ ଆସିବ ନାହିଁ ବୋଲି ସେ ନିଶ୍ଚିତ ଅଛନ୍ତି । କାରଣ ବିଶ୍ୱରେ ଏମିତି ଅନେକ ସେଲିବ୍ରିଟିଙ୍କ ମୃତ୍ୟୁ ସମାଧାନ ହୋଇ ନାହିଁ। ଅପରପକ୍ଷରେ ସୁଶାନ୍ତଙ୍କ ବାପା ମଧ୍ୟ କହିଛନ୍ତି ଯେ, ତାଙ୍କ ପୁଅର ମୃତ୍ୟୁ ପଛରେ ନିଶ୍ଚୟ କିଛି ଷଡଯନ୍ତ୍ର ଅଛି ଯାହା ଏବେ ବି ଗୋପନୀୟ ଅଛି । ସେଥିପାଇଁ ସୁଶାନ୍ତଙ୍କ ବାପା ସିବିଆଇ ଯାଞ୍ଚର ଦାବି କରିଛନ୍ତି ।

ଅପରପକ୍ଷରେ ମହାରାଷ୍ଟ୍ର କଂଗ୍ରେସ ନେତା ସଞ୍ଜୟ ନିରୁପମ୍ ଗତକାଲି ଟୁଇଟ୍ କରି କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ଛିଛୋରେ ହିଟ୍ ହେବା ପରେ ସେ ସାତଟି ଫିଲ୍ମ ସାଇନ୍ କରିଥିଲେ । କିନ୍ତୁ ଛଅ ମାସ ମଧ୍ୟରେ ତାଙ୍କ ହାତରୁ ସବୁ ଫିଲ୍ମ ଚାଲିଯାଇଥିଲା । ଏହା ସହ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ନିଷ୍ଠୁରତାକୁ ଦାୟି କରିଛନ୍ତି । ଏହି ନିର୍ଦ୍ଦୟତା ଜଣେ ଦକ୍ଷ କଳାକାରଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କଲା ବୋଲି ଲେଖିଛନ୍ତି । ସୁଶାନ୍ତଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଂଗ୍ରେସ ନେତା ।

 

Leave a Reply