୧୦ ବର୍ଷର ନାବାଳିକାକୁ ୭ ଜଣ ନାବାଳକ କଲେ ଦୁଷ୍କର୍ମ, ୩ ଜଣ ହେଉଛନ୍ତି ନିଜ ସମ୍ପର୍କୀୟ
1 min readନୂଆଦିଲ୍ଲୀ: କରେନା କାଳରେ କଳଙ୍କିତ ଅଧ୍ୟାୟ। ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ୭ ଜଣ ନାବାଳକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ରେୱାଡିରେ। ଗତ ମେ ୨୪ ତାରିଖରେ ଘଟିଛି ଏଭଳି ଘଟଣା। ୨୪ ତାରିଖରେ ହରିୟାଣାର ରେୱାଡ଼ିରେ ଏକ ପଇଡ଼ିଆରେ କିଛି ପିଲା ଖେଳୁଥିବା ସମୟରେ ଏକ ସ୍କୁଲ ମଧ୍ୟକୁ ଚାଲଇଯାଇଥିଲେ। ସେଠାରେ ୭ ଜଣ ନବାଳକ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲେ। ଖାଲି ଦୁଷ୍କର୍ମ ନୁହେଁ, ଦୁଷ୍କର୍ମ ପରେ ଭିଡିଓ କରି ବାଳକ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହି ଘଟଣା ଏକ ସପ୍ତାହ ପରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ଯେତେବେଳେ ସୋସିଆଲ ମିଡିଆରେ ପୀଡିତାଙ୍କ ପଡ଼ୋଶୀମାନେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିଲେ। ଏହାପରେ ପୀଡ଼ିତାଙ୍କ ପରିବାରକୁ କହିଲା ପରେ ପୋଲିସରେ ଅଭିଯୋଗ କରାଯାଇଥିଲା।
ପୀଡ଼ିତାଙ୍କ ପରିବାର ଲୋକେ ୯ ଜୁନ୍ରେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ। ରେୱାଡିର ଡିଏସପି ହଂସରାଜ କହିଛନ୍ତି ଯେ ଏହି ମାମଲା ମହିଳା ପୋଲିସ ଷ୍ଟେସନରେ 376D, 354C, 506, POCSO, IT Act ଏବଂ IPC ର SC / ST ଆକ୍ଟ ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଛି।
ସାତଜଣଙ୍କ ମଧ୍ୟରୁ ଜଣେ ବାଳକ
ତେବ ଦୁଷ୍କର୍ମ କରିଥିବା ୭ ଜଣଙ୍କ ମଧ୍ୟ ଜଣଙ୍କୁ ୧୮ ବର୍ଷ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ୧୮ ବର୍ଷରୁ କମ୍ ବୟସ। ସେପଟେ ପୀଡ଼ିତା ଜଣକୁ ଭିଡ଼ିଓ ଆଧାରରେ ସମସ୍ତଙ୍କୁ ଚିହ୍ନଟ କରିଛି। ଡିଏସ୍ପି ହଂସରାଜ କହିଛନ୍ତି ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମାନଙ୍କୁ ସଙ୍ଗେ ସଙ୍ଗେ ଧରାଯାଇଥିଲା। ସମସ୍ତ ୭ ଜଣ ଯାକ ଅଭିଯୁକ୍ତ ହେଉଛି ପୀଡ଼ିତାଙ୍କ ଘର ପାଖର।