ଦିଲ୍ଲୀର ମେଡିକାଲରେ ଲାଗିଲା ନିଆଁ, ୭ ନବଜାତ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହୃଦୟ ବିଦାରକ ଘଟଣା। ବେବି କେୟାର ସେଣ୍ଟରରେ ଲାଗିଲା ନିଆଁ। ଅଗ୍ନିକାଣ୍ଡରେ ୭ ଶିଶୁଙ୍କ ମୃତ୍ୟୁ ହୋଇଛି। ଅନେକ ଶିଶୁ ଆହତ ହୋଇଥିବା ଅନୁମାନ କରାଯାଉଛି। ଗତ ଶନିବାର ରାତିରେ ଦିଲ୍ଲୀର ବିବେକ ବିହାରରେ ଘଟିଛି ଅଗ୍ନିକାଣ୍ଡ।

ଖବର ପାଇ ଘଟଣାସ୍ଥଳରେ ୯ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପୋଲିସ ଓ ଦମକଳ ବାହିନୀ ବେବି କେୟାର ସେଣ୍ଟରରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେଥିରୁ ୭ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟୋକ୍ତି ପ୍ରକାଶ ପାଇନାହିଁ।