ପୋଲିସ ହାତରେ କ୍ରାଇମ ଗ୍ୟାଙ୍ଗର ୭ ସଦସ୍ୟ: ସ୍ୟାଡ୍ ସଙ୍ଗ ଶୁଣି ବ୍ରାଉନସୁଗାର ଖାଉଥିଲେ ଆଉ ମଦ ପିଉଥିଲେ

1 min read

ଭୁବନେଶ୍ୱର: ରାଜଧାନୀରେ କ୍ରାଇମ ଗ୍ୟାଙ୍ଗର ଭାଇରଲ ଭିଡିଓ ଘଟଣା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଅପରେସନ ଆଘାତ୍ । ଡନ୍‌ ହେବାର ନିଶାକୁ ଚୂରମାର କରିଛି ପୋଲିସ। ରାଜେଶ ବେହେରା ଓରଫ ଚେଙ୍ଗ ଘରେ ପୋଲିସ ରେଡ୍ ମାରିଛି । ମାମଲାରେ ମୋଟ ୨୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଜି ଦୁଇଜଣଙ୍କୁ ମିଶାଇ ଗ୍ୟାଙ୍ଗର ମୋଟ ୭ଜଣକୁ ଗିରଫ କରିଛି ପୋଲିସ। ଗ୍ୟାଙ୍ଗ ମୁଖ୍ୟ ବୁବୁ ଫେରାର ଅଛି ।

ଅପରେସନ ଆଘାତ୍‌ । କେବିଏନ ଗ୍ୟାଙ୍ଗ୍ ବନାମ ସ୍ପେଶାଲ ୨୬ । ଅବତକ୍- ୭ । ଆକ୍ସନ ମୋଡ୍‌ରେ ପୋଲିସ, ଭାଙ୍ଗିଲା ଭିଲେନର ଘର । କେବିଏନ୍‌ ଗ୍ୟାଙ୍ଗ ମୁଖିଆ ଦେବୀପ୍ରସାଦ ଜେନା ଓରଫ ବୁବୁ ସମେତ ୨୨ଜଣ ଫେରାର ହୋଇଛନ୍ତି । ବୁବୁର ସହଯୋଗୀ ରାଜେଶ ବେହେରା ଓରଫ ଚେଙ୍ଗ ଘରେ ପୋଲିସ ସର୍ଚ୍ଚ ଅପରେସନ୍ କରିଛି । ରିଲ ଭିଡିଓରେ ଚେଙ୍ଗ ଖଣ୍ଡା ଓ ବନ୍ଧୁକ ଧରିଥିଲା। ଭିଡିଓ ଭାଇରାଲ ପରେ ସେ ଫେରାର ଅଛି। ପୋଖରୀପୁଟରେ ଥିବା ଚେଙ୍ଗ ଘରେ ବେଆଇନ ବନ୍ଧୁକ ଥିବା ସନ୍ଦେହରେ ରେଡ୍ ମାରିଥିଲା ନୟାପଲ୍ଲୀ ଥାନା ପୋଲିସ। ଘରର ଆଜବେଷ୍ଟ ଓ ଚଟାଣକୁ ଭାଙ୍ଗିଥିଲା। ଯାଞ୍ଚ ବେଳେ ଆଲମାରୀରୁ ଖଣ୍ଡା ଜବତ ହୋଇଛି । ସେପଟେ ଚେଙ୍ଗର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ସ୍ୟାଡ୍‌ ସଙ୍ଗରେ ବ୍ରାଉନସୁଗର ଓ ମଦ ପିଉଥିବା ଭିଡିଓ ସୋସିଆଲ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ଘରେ ଶୀଘ୍ର ଚଢାଉ କରିବ ପୋଲିସ ।

https://www.youtube.com/watch?v=kWiN0hK1rRE

ଭୁବନେଶ୍ୱରରେ କ୍ରାଇମଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ୍‌ ୨୯ ଜଣଙ୍କ ନାଁ ମାମଲା ରୁଜୁ କରାଯାଇଛି । ଏବେ ୬ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ପୂର୍ବରୁ ଆଉ ଜଣେ ଚୋରି ମାମଲାରେ ଜେଲରେ ଅଛି। ଆଜି ଦୁଇ ଅଭିଯୁକ୍ତ ସାହିଲ ସାଗର ଷଡ଼ଙ୍ଗୀ ଓ କାହ୍ନା ସାହୁଙ୍କୁ ଗିରଫ କରାଯାଇଛି । ଭାଇରାଲ୍‌ ଭିଡିଓ ସୁଟ୍‌ ହୋଇଥିବା ସ୍ପଟ୍‌କୁ ଚିହ୍ନଟ କରି ପୋଲିସ ଯାଞ୍ଚ କରିଛି । ଭୁବନେଶ୍ୱରର ବିଭିନ୍ନ ଖଟିକୁ ଚିହ୍ନଟ କରି ନଜର ରଖାଯାଇଛି । ଏହି ଗ୍ୟାଙ୍ଗ ଦ୍ୱାରା କୌଣସି ଲୋକ ଅପରାଧର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଡିସିପି ନିବେଦନ କରିଛନ୍ତି। ଗ୍ୟାଙ୍ଗର ଆତଙ୍କ ପରେ ରାତିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ପୋଲିସ ଗିରଫ ଭୟରେ କେବିଏନ ଗ୍ୟାଙ୍ଗ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପୋଲିସ ପାଇଁ ଏବେ ବଡ ଚ୍ୟାଲେଞ୍ଜ୍ ।

Leave a Reply