ମାର୍ଚ୍ଚ ୪ରେ ଷଷ୍ଠରୁ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା

1 min read

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ରାଜ୍ୟର ସମସ୍ତ ଆଦର୍ଶ ସ୍କୁଲରେ ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ । ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ 4 ତାରିଖରେ ଅନୁଷ୍ଟିତ ହେବ । ୧୫ ଫେବ୍ରୁଆରୀରୁ ଏଥିପାଇଁ ବୋର୍ଡ ସାଇଡରେ ଆଡ଼ମିଟ କାର୍ଡ ଉପଲବ୍ଧ ହେବ । ସପ୍ତମରୁ ନବମ ପର୍ଯ୍ୟନ୍ତ ବିଦ୍ୟାର୍ଥୀ 100 ମାର୍କ ମଲ୍ଟିପୁଲ ଚଏସ୍ ଓ ଷଷ୍ଠ ଶ୍ରେଣୀ ପାଇଁ 52 ମାର୍କର ମଲ୍ଟିପୁଲ ପ୍ରଶ୍ନର ଉତ୍ତର ଦେବେ ।

ଷଷ୍ଠ ଶ୍ରେଣୀ ପାଇଁ ଗଣିତ, ଇଂରାଜୀ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ହେବ । ସେହିପରି ଓଡ଼ିଆ, ଗଣିତ, ଇଂରାଜୀ, ସାଧାରଣ ଜ୍ଞାନ, ସାମାଜିକ ବିଜ୍ଞାନ ବିଷୟ ଉପରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଷଷ୍ଠ ଶ୍ରେଣୀ ପାଇଁ ସକାଳ ୧୦ଟାରୁ ଅପରାହ୍ନ ୧୨ ଟା ଯାଏଁ ପରୀକ୍ଷା ହେବାକୁ ଥିବାବେଳେ ସପ୍ତମରୁ ନବମ ପାଁଇଁ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ ।

ବୋର୍ଡର ନିଜସ୍ବ ଓ୍ବେବସାଇଟ୍ www.bseodisha.ac.in ୧୫ ତାରିଖରୁ ଉପଲବ୍ଧ ହେବ ଆଡମିଟ କାର୍ଡ । ଛାତ୍ରଛାତ୍ରୀ ନିଜ ନାମ, ବାପାଙ୍କ ନାମ ଓ କେଉଁ ଶ୍ରେଣୀ ପାଇଁ ଆବେଦନ କରୁଛନ୍ତ ସେ ସମସ୍ତ ତଥ୍ୟ ପ୍ରଦାନ କରି ଏହାକୁ ଡାଉନଲୋଡ କରିପାରିବେ ।

Leave a Reply