୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ଆକ୍ରାନ୍ତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ବଢୁଥିବା ବେଳେ ସେହି ଅନୁସାରେ ସଂକ୍ରମଣ ମାମଲା ଚିହ୍ନଟ ହେଉଛି। ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୬୯୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । କ୍ୱାରେଣ୍ଟାଇନରୁ ୪୦୫୪, ଲୋକାଲ କେସ୍ ୨୯୪୪ ।
6. Boudh: 65
7. Cuttack: 517
8. Deogarh: 74
9. Dhenkanal: 22
10. Gajapati: 121
11. Ganjam: 128
12. Jagatsinghpur: 104
13. Jajpur: 226
14. Jharsuguda: 396
15. Kalahandi: 292
16. Kandhamal: 45
17. Kendrapada: 77
18. Keonjhar: 160
19. Khurda: 919
20. Koraput: 57
21. Malkangiri: 30— I & PR Department, Odisha (@IPR_Odisha) April 29, 2021
ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଦିନକରେ କରୋନାରେ ୧୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୧୯ ପଜିଟଭ ଚିହ୍ନଟ ହୋଇଛନ୍ତି । କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡାରୁ ୪୨୦, ଝାରସୁଗୁଡାରୁ ୩୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୩୩୦, ଅନୁଗୁଳରୁ ୩୨୫, ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫, ବଲାଙ୍ଗୀରରୁ ୨୩୬, ଯାଜପୁରରୁ ୨୨୬, ଷ୍ଟେଟପୁଲରୁ ୧୮୫, ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦, ସୋନପୁରରୁ ୧୩୧, ଗଞ୍ଜାମରୁ ୧୨୮, ନୟାଗଡ଼ ଓ ଗଜପତିରୁ ୧୨୧ଜଣ ଲେଖାଏଁ, ଜଗତସିଂହପୁରରୁ ୧୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, କେନ୍ଦ୍ରାପଡାରୁ ୭୭, ଦେଓଗଡ଼ରୁ ୭୪, ବୌଦ୍ଧରୁ ୬୫, କୋରାପୁଟରୁ ୫୭, କନ୍ଧମାଳରୁ ୪୫, ମାଲକାନଗିରିରୁ ୩୦, ଢେଙ୍କାନାଳରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 4521
Cumulative tested: 10041204
Positive: 435513
Recovered: 375721
Active cases: 57710— I & PR Department, Odisha (@IPR_Odisha) April 29, 2021
ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୭୫ହଜାର ୭୨୧। କୋଭିଡ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଛି । ମୋଟ୍ ଆକ୍ଟିଭ କେସ୍ ୫୭ହଜାର ୭୧୦ ରହିଛି।