ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟ: ୪୫-୬୦ବର୍ଗର ଲୋକଙ୍କ ଠାରେ ଅଧିକ ଆଣ୍ଟିବଡି ବିକଶିତ

1 min read

ନୂଆଦିଲ୍ଲୀ: ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୬୭.୬ ପ୍ରତିଶତ ଲୋକଙ୍କ ନିକଟରେ କୋଭିଡ-19 ବିରୋଧରେ ଆଣ୍ଟିବଡ଼ି ବିକଶିତ ହୋଇଛି ।  ତଥାପି ବିପଦର ବଳୟ ଭିତରେ ୪୦ କୋଟି ଲୋକ ଥିବା ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟରେ ଉଲ୍ଲେଖ । । ତେବେ ଆଶ୍ଚର୍ଯଜନକ କଥା ଏହା ଯେ, ଆସିଏମ୍‌ଆରର ସେରେ ସର୍ଭେ ରିପୋର୍ଟ ଅନୁଯାୟୀ ୪୫-୬୦ ବୟସ୍କଙ୍କ ମଧ୍ୟରେ ଅଧିକ ଆଣ୍ଟିବଡି ବିକଶିତ ହୋଇଛି । ଯାହା ୧୮-୪୪ ବର୍ଷ ବର୍ଗଙ୍କ ଠାରୁ ଅଧିକ ।

୬ରୁ ୧୭ ବର୍ଷ ଭିତରେ ୫୦ ପ୍ରତିଶତ ପିଲା ସଂକ୍ରମିତ ହୋଇସାରିଛନ୍ତି ବୋଲି ସେରୋ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି । ୪୫ରୁ ୬୦ ବର୍ଷ ବୟସ୍କ ଭିତରେ ୭୭.୬ ପ୍ରତିଶତ ଲୋକଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି । ସେହିଭଳି ୭୬ ପ୍ରତିଶତ ୬୦ ବର୍ଷରୁ ଅଧିକ ଲୋକଙ୍କର ଆଣ୍ଟିବଡ଼ି ବୃଦ୍ଧି ହୋଇଛି । ପ୍ରାକୃତିକ ଉପାୟରେ କରୋନା ଆଣ୍ଟିବଡ଼ି ସୃଷ୍ଟି ହେଉଥିବା ଲୋକମାନେ ଅଧିକ ସୁରକ୍ଷିତ । ICMR ପକ୍ଷରୁ କରାଯାଇଥିବା ସେରୋସର୍ଭେରୁ ଏହା ଜଣାପଡ଼ିଛି । କରୋନାର ପ୍ରଥମ ଲହରରେ ଯେଉଁ ବ୍ୟକ୍ତିଙ୍କର ସେରୋ ସର୍ଭେ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୨ହଜାର ୨୩୮ ଜଣ ପୁନଃ ସଂକ୍ରମିତ ନେଇ ଆଉ ଏକ ସର୍ଭେ କରାଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ, ୧୧ଶହ ୭୦ ଅର୍ଥାତ୍ ୫୨.୦୭ ପ୍ରତିଶତ ବ୍ୟକ୍ତିଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଏହି ସେରୋ ସର୍ଭେ ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହରରେ ଏହି ଲୋକମାନେ ଅଧିକ ସୁରକ୍ଷିତ ।

ତେବେ ଏହି ସେରୋ ସର୍ଭେ ରିପୋର୍ଟ ପରେ ଏବେ ଲୋକେ ସତର୍କ ରହିବା ଆବଶ୍ୟକତା ଥିବା ଆଇସିଏମ୍ଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି । ଏଥିସହିତ ସାମାଜିକ, ଧାର୍ମିକ ଏବଂ ରାଜେନୖତିକ କାର୍ଯ୍ୟକ୍ରମ ଆୟୋଜନକୁ ବାରଣ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: Raj Kundra Case: ରାଜ୍‌ କୁନ୍ଦ୍ରା ମାମଲାରେ ସାମିଲ ଅଛନ୍ତି ଶିଳ୍ପା? ରାଜ୍‌ ଖୋଲିଲା ପୋଲିସ୍‌

Leave a Reply