spot_img

Latest Posts

୬୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ: ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମୁଣ୍ଡିଦେଉଳି ସାହିରେ ବ୍ରାଉନସୁଗାର କାରବାର ବେଳେ ଅବକାରୀ ବିଭାଗର ଚଢ଼ାଉ । ୬୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଗିରଫ ହୋଇଥିବା ଦୁଇ ଜଣ ମୁଣ୍ଡିଦେଉଳି ସାହିର ମାଆ ମମତା ସାହୁ ଓ ପୁଅ ଆକାଶ ସାହୁ ବୋଲି ଜଣାପଡିଛି । ବ୍ୟବସାୟରେ ସାମିଲ ଥିବା ଆଉ ଜଣେ ପୁଅ ଫେରାର ହୋଇଯାଇଛି । ଏହି ମା ଓ ପୁଅ ଗ୍ୟାଙ୍ଗ ଦୀର୍ଘ ଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରି ଆସୁଥିଲେ l ଖବର ପାଇ ଅବକାରୀ ବିଭାଗ ଆଜି ମା, ପୁଅ ଗ୍ୟାଙ୍ଗ ଉପରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହିତ ଗିରଫ କରିବାରେ ସକ୍ଷମ ହୋଇଛି l ଢେଙ୍କାନାଳ ଜିଲ୍ଲାରେ ଏତେ ବଡ଼ ପରିମାଣରେ ବ୍ରାଉନସୁଗାର ଜବତ ହେବା ଏହା ପ୍ରଥମ ଘଟଣା । ଗିରଫ ମା ଓ ପୁଅଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଉପ ଅଧିକ୍ଷକ ସାୱନ ଭୋଳ କହିଛନ୍ତି l

Latest Posts

Don't Miss