୧୫୦ ଯିବା ସ୍ଥାନରେ ଯାଇଥିଲେ ୬୭୫, ସ୍କାନରରେ ଘରୋଇ କମ୍ପାନୀ

ଗାନ୍ଧୀନଗର: ମୋରବି ବ୍ରିଜ ଟ୍ରାଜେଡି ପାଇଁ କିଏ ଉତ୍ତରଦାୟୀ? ପ୍ରାୟ ୨ଶହ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ସ୍କାନରରେ ଘରୋଇ କମ୍ପାନୀ। ପ୍ରଶ୍ନଘେରରେ ରହିଛି ପ୍ରଶାସନର ଅବହେଳା। ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିବା ଝୁଲା ପୋଲର ଫିଟନେସ ସାର୍ଟିଫିକେଟ୍ ନଥିଲା। ୧୪୩ ବର୍ଷର ପୋଲ ମରାମତି ପାଇଁ ଦାୟିତ୍ବ ନେଇଥିଲା ଘରୋଇ କମ୍ପାନୀ ଓରେବୋ। ନଗର ନିଗମ ପକ୍ଷରୁ ଫିଟନେସ ସାର୍ଟିଫିକେଟ ନପାଇ ପୋଲ ଖୋଲାଗଲା କାହଁକି? ଝୁଲାପୋଲ ଉପରେ ୧୫୦ଜଣ ଯିବା କ୍ଷମତା ଥିବା ବେଳେ ୬୭୫ଟି ଟିକେଟ୍ ବିକ୍ରି କରାଯାଥିଲା । ଏତେ ଅଧିକ ଲୋକଙ୍କୁ କାହିଁକି ଛଡ଼ାଗଲା?
ଲୋକଙ୍କୁ କାହିଁକି ପ୍ରଶାସନ ପକ୍ଷରୁ ଅଟକା ଯାଇନଥିଲା? ଅଧିକ ଟିକେଟ ବିକ୍ରି ଏତେ ବଡ଼ ଅଘଟଣକୁ ନିମନ୍ତ୍ରଣ କରିଛି । ଛଟ୍ ପୂଜା ପାଇଁ ତରବରିଆ ଭାବେ ପୋଲ ଖୋଲି ଦିଆଯାଇଥିଲା। ୭ ମାସ ଧରି ଏକ ଘରୋଇ କମ୍ପାନୀ ଓରେବା ପୋଲ ମରାମତି କାର୍ଯ୍ୟ କରୁଥିଲା । ମରାମତି କାମରେ ୮କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା ।
ଗୁଜୁରାଟ ନବବର୍ଷ ଅବସରରେ ସାଧାରଣ ଲୋକଙ୍କ ଯା’ଆସ ପାଇଁ ପୋଲ ଖୋଲାଯାଇଥିଲା। ଭିଡ଼ ଉପରେ ନଜର ନରଖି ଟିକେଟ ବିକ୍ରିରେ ବ୍ୟସ୍ତ ଥିଲେ କର୍ତ୍ତୃପକ୍ଷ। ଅଧିକ ଲାଭ ପାଇଁ ଲୋକଙ୍କ ଜୀବନ ସହ ଖେଳାଯାଇଥିଲା କି ଖେଳ?