୬୭ ପ୍ରତିଶତ ବିଦେଶୀ ଖେଳଣା ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ !
ପିଲାଙ୍କ ଜିଦ୍ ପୂରଣ ଏବଂ ଖୁସି ପାଇଁ ଆମେମାନେ ବଜାରରୁ ସେମାନଙ୍କ ନିମନ୍ତେ ଖେଳଣା କିଣିଥାଉ । ହେଲେ ଏହି ଖେଳଣା ଯେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଇଥାଏ ତାହା ବିଶେଷ କେହି ଜାଣିନଥିବେ । ନିକଟରେ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ବିଦେଶୀ ଖେଳଣା ମଧ୍ୟରୁ ୬୭ପ୍ରତିଶତ ଖେଳଣା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । କ୍ୱାଲିଟି କାଉନସିଲ୍ ପକ୍ଷରୁ ଦିଲ୍ଲୀ ଏବଂ ଏନ୍ସିଆରର ବଜାରରେ ଉପଲବ୍ଧ ହେଉଥିବା ଖେଳଣାକୁ ନେଇ ପରୀକ୍ଷଣ କରାଯାଇଥିଲା । ଭାରତୀୟମାନଙ୍କ ଅନୁସାରେ ବଜାରରେ ବିକ୍ରି ହେଉଥିବା ୧୨୧ ପ୍ରକାରର ଖେଳଣାକୁ ଯାଞ୍ଚ ପାଇଁ ଲ୍ୟାବ୍ ପଠାଯାଇଥିଲା । ହେଲେ ଏହି ଖେଳଣାର ଗୁଣବତ୍ତା କମ୍ ଥିବା ଜଣାପଡିଥିଲା ।
ରିପୋର୍ଟରେ କୁହାଯାଇଛି ଯେ, ଉପଲବ୍ଧ ହେଉଥିବା ୩୦ ପ୍ରତିଶତ ପ୍ଳାଷ୍ଟିକ୍ ଖେଳଣା ପରୀକ୍ଷାରେ ଫେଲ୍ ହୋଇଛି । ସପ୍ଟ ଖେଳଣା ମଧ୍ୟରୁ ୪୫ ପ୍ରତିଶତ ଏବଂ ଇଲେକ୍ଟ୍ରିକ୍ ଖେଳଣା ମଧ୍ୟରୁ ୭୫ପ୍ରତିଶତ ପରୀକ୍ଷାରେ ବିଫଳ ହୋଇଛି । ଏହି ଖେଳଣା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡିଥାଏ ସେ ନେଇ କୁହାଯାଇଛି ଯେ, ଅନେକ ଖେଳଣା ପିଲାଙ୍କ ଚର୍ମ ଉପରେ ପ୍ରଭାବ ପକାଇଥାଏ ।