spot_img

Latest Posts

୨ଟି ଫୋନ୍ କଲରେ ହେଲା ୬୫ବର୍ଷର ସମସ୍ୟାର ସମାଧାନ

ମୟୂରଭଞ୍ଜ: ୨ଟି ଫୋନ୍ କଲରେ ହେଲା ୬୫ବର୍ଷର ସମସ୍ୟାର ସମାଧାନ। ମୟୂରଭଞ୍ଜ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଁଳାଡୋଭା ମୌଜାରେ ରାଇରଙ୍ଗପୁର ଗୋଶାଳା କମିଟିକୁ ୫ଏକର ସରକାରୀ ଜମି ଲିଜ୍ ପ୍ରଦାନ କରାଯାଇଛି।

ଗୋଶାଳା କମିଟି ଦଖଲରେ ଥିବା ଏହି ସରକାରୀ ଜମିକୁ କମିଟି ସମ୍ପାଦକଙ୍କୁ ବିନା ପ୍ରିମିୟମ ଓ ବିନା ଆନୁସଙ୍ଗିକ ଦେୟରେ ଲିଜ ପ୍ରଦାନରୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଗତ ମାର୍ଚ୍ଚ ୩ତାରିଖରେ ଫାଇଭ୍-ଟି ସଚିବ ମୟୂରଭଞ୍ଜ ଗସ୍ତରେ ଯାଇଥିବା ବେଳେ ଗୋଶାଳା କମିଟି ସଦସ୍ୟ ସମସ୍ୟା ଜଣାଇଥିଲେ ।

ସ୍ପଟରୁ ହିଁ ଫୋନ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ ଫାଇଭ୍-ଟି ସଚିବ। ଏଥିସହ ମୁଖ୍ୟ ଶାସନ ସଚିବ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ସହ ଆଲୋଚନା କରିଥିଲେ। ଗତକାଲି ରାଜ୍ୟ କ୍ୟାବିନେଟରେ ରାଇରଙ୍ଗପୁର ଗୋଶାଳା କମିଟିକୁ ୫ଏକର ଜମି ବିନା ପ୍ରିମିୟମରେ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏଥିସହ ୧୯୫୮ ମସିହାରୁ ସେହି ସରକାରୀ ଜମିକୁ ଦଖଲ କରିଥିବାରୁ ଗୋଶାଳା କମିଟିଠାରୁ ଆଦାୟ କରାଯିବାକୁ ଥିବା ସମସ୍ତ ଜରିମାନା ଏବଂ ଅନ୍ୟାନ୍ୟ ଦେୟ ମଧ୍ୟ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଜମି ଲିଜ ପାଇଁ ଗୋଶାଳା କମିଟିକୁ ଜମିର ବଜାର ମୂଲ୍ୟର ୦.୨୫% ହାରରେ ବାର୍ଷିକ ଖଜଣା ଓ ଖଜଣାର ୭୫% ହାରରେ ସେସ ଦେବାକୁ ପଡିବ।

Latest Posts

Don't Miss