ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରୁଛନ୍ତି ଭାରତୀୟ, ଆଜି ୟୁକ୍ରେନରୁ ଫେରିଲେ ୬୩୦ ଭାରତୀୟ

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାର ରହିଛି ଜୋରଦାର ଯୁଦ୍ଧ । ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ଫସି ରହିଛନ୍ତି ବହୁ ଭାରତୀୟ । ତେବେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଆଜି ୟୁକ୍ରେନରୁ ଆଉ ୬୩୦ ଭାରତୀୟ ସ୍ୱଦେଶ ଫେରିଛନ୍ତି । ବାୟୁସେନାର ତିନୋଟି C-17 ବିମାନରେ ଭାରତ ଫେରିଛନ୍ତି ଭାରତୀୟ ନାଗରିକ ।

ସମସ୍ତ ଭାରତୀୟ ନାଗରିକ ରୋମାନିଆ ଓ ହଙ୍ଗେରୀ ବର୍ଡର ଦେଇ ଭାରତ ଆସିଛନ୍ତି । ବାୟୁସେନାର C-17 ବିମାନ ଯୋଗେ ଛାତ୍ରଛାତ୍ରୀ ହିଣ୍ଡନ ଏୟାରବେସରେ ପହଞ୍ଚିବା ପରେ ପ୍ରତିରକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଥିଲେ । ସେପଟେ ଆଜି ୧୬ଟି ସ୍ୱତନ୍ତ୍ର ବିମାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ସେପଟେ ୟୁକ୍ରେନ ଖାରକିଭ୍ ସ୍ଥିତ ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଜରୁରୀ ଗାଇଡଲାଇନ ଜାରି କରିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଦତ୍ତ ଏକ ଫର୍ମ ପୂରଣ ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ପିସୋଚିନ ବ୍ୟତୀତ ଅନ୍ୟ ଯେଉଁ ସ୍ଥାନରେ ଛାତ୍ରଛାତ୍ରୀ ଫସିଛନ୍ତି ସେମାନେ ଫର୍ମ ପୂରଣ କରିବା ଲାଗି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।

Leave a Reply