ଶକ୍ତିହୀନ ହେଉଛନ୍ତି ମାଓବାଦୀ, ଆତ୍ମସମର୍ପଣ କଲେଣି ୬୨୯

ଭୁବନେଶ୍ବର: ଓଡ଼ିଶାରେ ଆଉ ମାଓବାଦୀଙ୍କ ଦବଦବା ନାହିଁ । ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ପଲିସି ଯୋଗୁଁ ଅନେକ ମାଓବାଦୀ ଅସ୍ତ୍ର ଛାଡ଼ି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ୬୪ଜଣ କୁଖ୍ୟାତ ମାଓଦାଦୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ୬୨୯ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମପର୍ଣ କରିଛନ୍ତି । ଆଜି ୫୮ତମ ବିଏସଏଫ ସ୍ଥାପନ ଦିବସ । ଏନେଇ ସୂଚନା ଦେଇଛନ୍ତି ଓଡିଶା ଫ୍ରଣ୍ଟଇୟର ବିଏସଏଫ ଆଇଜି ।

ମାଲକାନଗିରିରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ହୋଇଛି । ୧୫୧ଟି ଗାଁ ଏବେ ବିକାଶ ଦିଗରେ ଗତି କରୁଛି । ସ୍ଥାନୀୟ ଲୋକଙ୍କ ନିକଟତର ଓ ବିଶ୍ବାସଭାଜନ ହେବା ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ କରାଯାଉଛି । ଆଗାମୀ ଦିନରେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ନିଯୁକ୍ତି ଲାଗି ତାଲିମ, ଆଦିବାସୀ ଯୁବ ବର୍ଗଙ୍କ ଦକ୍ଷତା ବିକାଶ ଲାଗି ବିଏସଏଫ ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କହିଛନ୍ତି ବିଏସଏଫ ଆଇଜି ।

ଦେଶର ସୀମା ଓ ଲୋକଙ୍କ ସୁରକ୍ଷା ଲାଗି ୧୯୬୫ ଡିସେମ୍ବର ୧ ତାରିଖରେ ବିଏସଏଫ ସ୍ଥାପନ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୨୫ଟି ବାଟାଲିୟନ ଥିବାବେଳେ ଏବେ ୧୯୩ଟି ବାଟାଲିୟନ ଗଠନ ହୋଇଛି ।