ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ କାର୍ ଜବତ

କନ୍ଧମାଳ: ରାଇକିଆ ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ହେଉଥିବା ସମୟରେ ୬୨ କେଜି ଗଞ୍ଜେଇ ସହ ସ୍ୱିଫ୍ଟ କାର୍ ଜବତ କରିଛି ରାଇକିଆ ପୋଲିସ । ତିନିଜଣ ଚାଲାଣକାରୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଫିରିଙ୍ଗିଆ ଅଞ୍ଚଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରାଚାଲାଣ ହୋଇଥିବାର ସୂଚନା ପାଇଥିଲା ପୋଲିସ । ତେଣୁ ଗଞ୍ଜେଇ ଚାଲାଣକୁ ରୋକିବାକୁ ପୋଲିସ ପ୍ରିପ୍ଲାନ କରିଥିଲା  ।

ପୂର୍ବ ସୂଚନା ଅନୁଯାୟୀ ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା ରାଇକିଆ ପୋଲିସ ।  ଗଞ୍ଜେଇ ରାକେଟକୁ ଧରିବାପାଇଁ ପୋଲିସ ଜୋରଦାର୍ ଉଦ୍ୟମ ଚଳାଇଥିବା କହିଛନ୍ତି ରାଇକିଆ ଥାନା ଅଧିକାରୀ । ')}

Leave a Reply

Your email address will not be published.