spot_img

Latest Posts

କରୋନା ଟିକା ନେଇ ୬୦୦ ଜଣଙ୍କ ଶରୀରରେ ସାଇଡ୍ ଇଫେକ୍ଟ; ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଏହା ସାମାନ୍ୟ କଥା

ନୂଆଦିଲ୍ଲୀ: ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି | କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ ଚାଲିଥିବା ବେଳେ ଏଯାବତ୍ ୬.୩୧ ଲକ୍ଷ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି।

ଏଭଳି ସମୟରେ ଖବର ଆସୁଛି ଯେ କରୋନା ଟିକା ନେଇ ଦେଶର ପ୍ରାୟ ୬୦୦ ଲୋକଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ତେବେ କେତେକ ରାଜ୍ୟରେ କରୋନା ଟିକା ନେଇ ମୃତ୍ୟୁ ହେଉଥିବା ଖବର ଆସୁଥିବା ବେଳେ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Maharashtra suspends Covid-19 vaccine drive till Jan 18 due to CoWIN app glitch

ଟିକା ସାଇଡ୍ ଇଫେକ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ ମଧ୍ୟ। ଏପର୍ଯ୍ୟନ୍ତ ଯେଉଁ ପାର୍ଶ୍ୱ ପ୍ରତିକ୍ରିୟା ଖବର ଆସୁଛି ତାହା ସ୍ୱାଭାବିକ । ଯେକୌଣସି ଟିକାକରଣ ସମୟରେ ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କରୋନାକୁ ହଟାଇବାକୁ ହେଲେ ଟିକାକରଣ କରିବା ନିହାତି ଜରୁରୀ। କିନ୍ତୁ କିଛି ବ୍ୟକ୍ତି ରାଜେନୖତିକ ଫାଇଦା ଉଠାଇବା ଲାଗି ଟିକା ସମ୍ପର୍କରେ ମିଛ ଖବର ପ୍ରକାଶ କରୁଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ସରକାର କାହାର ସ୍ୱାସ୍ଥ୍ୟ ସହିତ ଆଦୌ ଖେଳିପାରିବେ ନାହିଁ ଏବଂ ସମସ୍ତଙ୍କୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ ବୋଲି ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ନେଉଛନ୍ତି ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ କୋଭିଡ ଯୋଦ୍ଧା । ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପୂର୍ବରୁ ବୈଠକ ହୋଇଥିବା ସୂଚନା ମିଳିଛି । ୫୦ ବର୍ଷ କିମ୍ବା ଏହାଠୁ ଅଧିକ ବୟସର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଟିକା ପ୍ରଦାନ କରାଯିବ ।

ଏହି ଟିକାକରଣରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ସମସ୍ତ ସାଂସଦ, ବିଧାୟକ ମଧ୍ୟ ଟିକା ନେବେ । କିନ୍ତୁ ବୟସ ୫୦ରୁ ଅଧିକ ହୋଇଥିବା ଆବଶ୍ୟକ । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୭ ଲକ୍ଷ କରୋନା ଯୋଦ୍ଧାଙ୍କ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଥିଲା । ଯାହା ବର୍ତ୍ତମାନ ମଧ୍ୟ ଚାଲୁ ରହିଛି । ସେପଟେ ଦ୍ୱିତାୟ ପର୍ଯ୍ୟାୟ ଟିକାକରଣ କେବେ ଆରମ୍ଭ କରାଯିବ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଏନେଇ ସମସ୍ତ ଗାଇଡଲାଇନ ପ୍ରସ୍ତୁତ ସରିଛି ବୋଲି ଜଣାପଡିଛି ।

Latest Posts

Don't Miss