spot_img

Latest Posts

ନକ୍ସଲଙ୍କୁ ବଡ଼ ଧରଣର ଧକ୍କା : ଆତ୍ମସମର୍ପଣ କଲେ ୬୦ ନକ୍ସଲ

ନନ୍ଦିଘୋଷ ବ୍ୟୁରୋ : ବନ୍ଧୁକ ଛାଡ଼ି ଶାନ୍ତିର ବାଟ ଆପଣେଇଲେ ଟପ୍ ମାଓନେତା ବେଣୁଗୋପାଳ ରାଓ ଆଲିଏସ୍ ସୋନୁ। ସେ ନକ୍ସଲଙ୍କ ପଲିଟବ୍ୟୁରୋ ସଦସ୍ୟ ଥିଲେ। ମହାରାଷ୍ଟ୍ରର ଗଡ଼ଚିରୋଲିରେ ୬୦ ନକ୍ସଲଙ୍କ ସହିତ ଆତ୍ମସମର୍ପଣ କରିଛନ୍ତି ବେଣୁଗୋପାଳ। ଏହା ଦ୍ଵାରା ଲାଲବାହିନୀକୁ ବଡ଼ ଧରଣର ଝଟକା ଲାଗିଛି। ଗତ ସେପ୍ଟେମ୍ଵରରେ ମଧ୍ୟ ଏକ ପ୍ରେସରିଲିଜ ଜାରି କରି ଆତ୍ମସମର୍ପଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବେଣୁଗୋପାଳ। ଛତିଶଗଡ଼ ଓ ମହାରାଷ୍ଟ୍ରରେ ଲାଲବାହିନୀ ମଧ୍ଯରେ ବେଣୁଗୋପାଳଙ୍କ ବହୁତ ପ୍ରଭାବ ରହିଛି। ସମସ୍ତେ ତାଙ୍କୁ ନେତା ଭାବେ ମାନନ୍ତି। ସେପଟେ ଛତିଶଗଡ଼ ବିଜାପୁରରେ ନକ୍ସଲଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। KGH ପର୍ବତର ପାଦଦେଶରେ ଏହି ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ୫ଟି IED ମଧ୍ୟ ଜଙ୍ଗଲରେ ଖଞ୍ଜା ଯାଇଥିଲା। ତାକୁ ସୁରକ୍ଷାକର୍ମୀମାନେ ନିଷ୍କ୍ରିୟ କରିଦେଇଛନ୍ତି।

Latest Posts

Don't Miss