କରୋନା ପାଇଁ ଫିଲିପାଇନ୍ସରେ ଫସିଛନ୍ତି ୯ ଓଡ଼ିଆଙ୍କ ସମେତ ୬୦ଭାରତୀୟ

ଭୁବନେଶ୍ୱର: ଫିଲିପାଇନ୍ସରେ ଫସିଛନ୍ତି ୬୦ରୁ ଅଧିକ ଭାରତୀୟ। ସେମାନଙ୍କ ମଧ୍ୟରେ ୯ଜଣ ଓଡିଆ ଡାକ୍ତରୀ ଛାତ୍ର ଅଛନ୍ତି। ଫିଲିପାଇନ୍ସ ସରକାର ୭୨ ଘଣ୍ଟା ମଧ୍ୟରେ ଏମାନଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି  । ଅନ୍ୟପକ୍ଷରେ ଫିଲିପାଇନ୍ସ ସରକାର ଏଭଳି କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି କହିଛନ୍ତି ଭାରତୀୟ ଦୂତାବାସ ।

ତେବେ ଭାରତ ସରକାର ବିଦେଶ ଫ୍ଲାଇଟ୍‌ ରଦ୍ଦ କରିଥିବାରୁ ସେମାନେ ଫିଲିପାଇନ୍‌ସ ଏୟାରପୋର୍ଟରେ ଫସି ରହିଛନ୍ତି । କଟକ ମହାନଦୀ ବିହାର ଅଞ୍ଚଳର ଦୁଇ ଛାତ୍ର ଅବିନାଶ ଓ ସମ୍ବିତ ଦାସ ସେଠାରେ ଫସିରହିଛନ୍ତି। ସେମାନଙ୍କୁ ଶୀଘ୍ର ଦେଶକୁ ଫେରାଇ ନେବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।

ଅନ୍ୟପଟେ ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ସଠାରେ ବଜାର ଖୋଲା ଅଛି ଓ ଖାଦ୍ୟପଦାର୍ଥର ଅଭାବ ନାହିଁ ବୋଲି କହିଛନ୍ତି ଫିଲିପାଇନ୍ସ ସ୍ଥିତ ଭାରତୀୟ ଦୂତାବାସ ।  ଏହାସହ ଫିଲିପାଇନସ୍ସ ସ୍ଥିତିକୁ ନେଇ  ଗୁଜବ ପ୍ରଚାରରୁ କ୍ଷାନ୍ତ ରହିବାକୁ ମଧ୍ୟ ଦୂତାବାସ ତରଫରୁ କୁହାଯାଇଛି । ।

Leave a Reply