ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବା ପରେ ପୂର୍ତ୍ତମନ୍ତ୍ରୀଙ୍କ ସୂଚନା, ୪ ବର୍ଷରେ ୬ ହଜାର କିମି ରାସ୍ତାର ହୋଇଛି ବିକାଶ

1 min read

ଭୁବନେଶ୍ୱର: ପୂରଣ ହୋଇଛି ୫୪୬ କିମି ବିଜୁ ଏକ୍ସପ୍ରେସ ଓ୍ୱେ ଲକ୍ଷ୍ୟ । ଦ୍ୱିତୀୟ ବିଜୁ ଏକ୍ସପ୍ରେସ ଓ୍ୱେର ନିର୍ମାଣ କାମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବା ପରେ ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ପ୍ରତିବର୍ଷ ୧ ହଜାର କିମି ରାସ୍ତାର ବିକାଶ କାମ ବିଭାଗକୁ ଦିଆଯାଇଥିଲା । ୪ ବର୍ଷରେ ୬ ହଜାର କିମି ରାସ୍ତାର ବିକାଶ କାମ କରିଛି ବିଭାଗ । ୧୨ଟି ପର୍ଯ୍ୟଟନସ୍ଥଳୀକୁ ଦୁଇ ଲାଇନ୍ ବିଶିଷ୍ଟ ରାସ୍ତା ହୋଇଛି । ଆଉ ୫ଟି ପର୍ଯ୍ୟଟନସ୍ଥଳୀ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ବଡ଼ ବଡ଼ ସହରରେ ରିଂ ରୋଡ୍ ନିର୍ମାଣ କାମ ଚାଲିଛି । ଅନ୍ୟ ବିଭାଗର କାମ ମଧ୍ୟ କରୁଛି ପୂର୍ତ୍ତ ବିଭାଗ । ବର୍ଷକୁ ୧୮ ହଜାର କୋଟିର କାମ କରାଯାଉଛି । ୩୧ଟି ବ୍ରିଜ୍ ସହ ବିଭିନ୍ନ ଧର୍ମସ୍ଥଳରେ ନିର୍ମାଣ କାର୍ଯ୍ୟ ଚାଲିଛି ।

ପୂର୍ତ୍ତ ବିଭାଗ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତା ପାଖରେ ୫୦ଟି ଆମ୍ୟୁନିଟି ସେଣ୍ଟର ରହିଛି । ସେଣ୍ଟରର ତଦାରଖ ଦାୟିତ୍ୱ ମହିଳା SHGଙ୍କୁ ଦିଆଯିବ। ନବୀନ ସରକାରଙ୍କ ୨୨ ବର୍ଷରେ ୫୨୧ଟି ବ୍ରିଜ୍ ନିର୍ମାଣ ହୋଇଛି । କ୍ରୀଡା, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ନିର୍ମାଣ କାମ କରାଯାଉଥିବା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି ।