ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ନିଲମ୍ୱିତ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ  । ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି  । ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ ସସପେଣ୍ଡ ହୋଇଥିବେଳେ କନଷ୍ଟେବଳ ବୁଲବୁଲ୍ ସାହୁ, ଦୀପକ ସାହୁ , କନଷ୍ଟେବଳ ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା , କନଷ୍ଟେବଳ ସୁଧାଂଶୁ ମାଝୀ ସସପେଣ୍ଡ ହୋଇଛନ୍ତି  । ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ । ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଏହି ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତକାଲି କଟକ ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଛି । ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିବା ବେଳେ କୁଖ୍ୟାତ ଅପରାଧୀ ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଛି । ଗତ ୧୨ ଦିନ ତଳେ ଏସସିବି ମେଡିକାଲରେ ହାଇଦର ଭର୍ତ୍ତି ହୋଇଥିଲା । ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜା କାଟୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା । ୨୦୦୯ ମସିହାରେ ଗ୍ୟାଙ୍ଗଷ୍ଟର ସୁଲେମାନଙ୍କୁ ହତ୍ୟା କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ହାଇଦର ଫେରାର୍ ପଛରେ ପରିବାର ! କଟକ ସହ ସଂଲଗ୍ନ ଜିଲ୍ଲାରେ ପୋଲିସର ରେଡ୍

Leave a Reply