ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାର ପୁର ବାନିଶିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲର ଛାତ୍ରଛାତ୍ରୀ ମାନେ ଅଣ୍ଡା ଝୋଳ ଖାଇବା ପରେ ଗୁରୁତର ହୋଇପଡିଥିଲେ। ସ୍କୁଲରେ ୩୫ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ।  ପରେ ୬ ଜଣ ଛାତ୍ରଛାତ୍ରୀ ମାନଙ୍କ ଠାରେ ପେଟ କାଟିବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖା ଦେଇଥିଲା। ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଅସୁସ୍ଥ ଛାତ୍ରଛାତ୍ରୀ ଘରେ ଥିବାରୁ ସୋର ବିଧାୟକ ମାଧବ ଧଡାଙ୍କ ନିର୍ଦ୍ଦେଶ କ୍ରମେ ସୋର ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକୀରୀଙ୍କୁ ତଦାରଖ ନିମନ୍ତେ ବାଣିଶିଆ ଗାଁକୁ ପଠାଇଛନ୍ତି।