spot_img

Latest Posts

Plymouth Firing: ଗୁଳିମାଡ଼ରେ ଆକ୍ରମଣକାରୀ ସହ ୬ ମୃତ

ଲଣ୍ଡନ: ଇଂଲଣ୍ଡର ପୁଲୱାମାଉଥ ସହରରେ ହୋଇଥିବା ଗୁଳିମାଡ଼ରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରିଟିଶ ଗୃହ ସଚିବଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ପୁଲୱାମାଉଥରେ ଅଚାନକ ଗୁଳିମାଡ଼ ହୋଇଥିଲା, ଯେଉଁଥିରେ ଜଣେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମେତ ଦୁଇ ମହିଳା ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ପୋଲିସର ସୂଚନାନୁସାରେ, ଦକ୍ଷିଣ-ପଶ୍ଚିମ ଇଂଲଣ୍ଡର ଏକ ଅଞ୍ଚଳରେ ଜଣେ ବ୍ୟକ୍ତି ଅଚାନକ ଗୁଳିଚାଳନା କରିଥିଲା। ଏହି ଘଟଣାର ଠିକ୍ ପରେ ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସଫଳ ହୋଇଥିଲା ।

ଏହି ଗୁଳି ମାଡ଼ ଘଟଣା ଆତଙ୍କବାଦୀଙ୍କ ସହ ଜଡିତ କି ନୁହେଁ, ସେନେଇ ତଦନ୍ତ କରାଯିବ। ଏହି ଗୁଳି ମାଡ଼ରେ ଆକ୍ରମଣକାରୀଙ୍କ ସମେତ ଦୁଇ ମହିଳା ଏବଂ ଦୁଇ ଜଣ ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ତେବେ ଏହି ଘଟଣା ପଛର କାରଣ କ’ଣ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି । ଏଥିସହିତ ସେ ପୀଡ଼ିତ ମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Latest Posts

Don't Miss